G-20 ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୧୫ ହଜାର ରୂପାର ବାସନ ସହ ସୁନା କୋଟେଡ୍ ଚାମଚରେ ପରଷାଯିବ ଖାଦ୍ୟ
7/09/2023 at 11:58 AM

ନୂଆଦିଲ୍ଲୀ ୦୭/୦୯: ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ସୁରକ୍ଷା ପାଇଁ ମୃତୟନ ହୋଇଛନ୍ତି ୧ ଲକ୍ଷ ୩୦ ହଜାର ଯବାନ ମୁତୟନ । ୫୦ ହଜାର ପୋଲିସ, ଏନ୍ଏସ୍ଜି, ସିଆରପିଏଫ୍, ସିଏପିଏଫ୍ର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିବେ । ଜି-୨୦ ସମ୍ମିଳନୀ ପୂର୍ବରୁ ମକଡ୍ରିିଲ କରାଯାଇଛି । ବମ୍ ସ୍କ୍ୱାର୍ଡ ପକ୍ଷରୁ ମଧ୍ୟରୁ ଅଭ୍ୟାସ କରାଯାଇଛି ।
ଜି-୨୦ ସମ୍ମିଳନୀ ପାଇଁ କାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିବ । ଦିଲ୍ଲୀର ଭାରତ ମଣ୍ଡପମ୍ କନଭେନସନ୍ ସେଣ୍ଟରରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ବହୁ ସଂଖ୍ୟାରେ ବିଦେଶୀ ଅତିଥି ଜାତୀୟ ରାଜଧାନୀରେ ଏକାଠି ହେବେ । ସେଥିପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ବିଦେଶୀ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ତେବେ ଏହି ସମ୍ମିଳନୀରେ ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଅତିଥିମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲ ଗୁଡ଼ିକରେ ସ୍ୱତନ୍ତ୍ର ଖାଦ୍ୟ ଏବଂ ସ୍ୱତନ୍ତ୍ର କ୍ରକେରି ସେଟ୍ ବ୍ୟବସ୍ଥା କରାଯାଇଛି । ଅତିଥିଙ୍କୁ ରୂପା ଏବଂ ସୁନା ଥାଳିରେ ଖାଦ୍ୟ ପରିବେଷଣ କରାଯିବ ଖାଦ୍ୟ ।
ଯେଉଁଥିରେ ଭାରତର ସଂସ୍କୃତି ଏବଂ ଐତିହ୍ୟର ଝଲକ ଦେଖିବାକୁ ମିଳିବ । ଏହି ବାସନ ତିଆରି କରୁଥିବା କମ୍ପାନୀ ଅନୁଯାୟୀ, ସେମାନଙ୍କ କମ୍ପାନୀ ଆଇଟିସି ତାଜ ସମେତ ୧୧ ହୋଟେଲକୁ ବାସନକୁସନ ପଠାଉଛି । ଏହାପୂର୍ବରୁ ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତ ଆସିଥିଲେ, ସେତେବେଳେ ସେ ଖାଦ୍ୟ ସହିତ ଭାରତୀୟ କ୍ରୋକେରୀକୁ ଏତେ ପସନ୍ଦ କରୁଥିଲେ ଯେ ସେ ଏହାକୁ ସାଙ୍ଗରେ ନେଇଥିଲେ ।
#WATCH | Delhi: Delegates of the G20 Summit to be served in silverware and gold utensils pic.twitter.com/1f2Zm0wGTL
— ANI (@ANI) September 6, 2023
ଆଇରିସ୍ କମ୍ପାନୀର ମାଲିକ ରାଜୀବ ଏବଂ ତାଙ୍କ ପୁଅ କହିଛନ୍ତି ଯେ ପିଢୀ ପିଢୀ ଧରି ସେମାନେ ବାସନ ତିଆରି କରୁଛନ୍ତି । ଯେଉଁଥିରେ ସମଗ୍ର ଭାରତର ଝଲକ ଦେଖାଯାଉଛି । ସେମାନଙ୍କର ଲକ୍ଷ୍ୟ ହେଉଛି ବିଦେଶୀ ଅତିଥିମାନଙ୍କୁ ଏକ ଟେବୁଲ ଉପରେ ଭାରତର ଝଲକ ଦେଖାଇବା । ଜୟପୁର, ଉଦୟପୁର, ବନାରସରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ଖୋଦିତ ସାମଗ୍ରୀ ସେମାନଙ୍କ ବାସନରେ ଦେଖାଯାଏ, ଯାହା ତିଆରି କରିବାକୁ ଅନେକ ଦିନ ଲାଗେ । ଏହି ବାସନଗୁଡିକର ବିଶେଷତ୍ୱ ହେଉଛି ଯେ ସେମାନେ ସମ୍ପୂର୍ଣ୍ଣ ରୂପେ ‘ମେକ୍ ଇନ୍ ଇଣ୍ଡିଆ’ ଥିମ୍ ଅଧୀନରେ ଆସନ୍ତି ।
ବାସନ ତିଆରି କରିବା ପରେ, R&D ଲ୍ୟାବରେ ପରୀକ୍ଷା କରାଯାଇଥିଲା । ଯାହା ପରେ ହୋଟେଲର ଚାହିଦା ଅନୁଯାୟୀ ଡିଜାଇନ୍ କରାଯାଇଥିଲା । ଉଦାହରଣ ସ୍ୱରୂପ, ମହାରାଜା ଥାଳି ଅନୁଯାୟୀ ୫ ରୁ ୬ ପାତ୍ର, ପର୍କ ଚାମଚ, ଲୁଣ ଏବଂ ଗୋଲମରିଚ ପାଇଁ ଅଲଗା ରୂପା ବାକ୍ସ ରହିବ । ଏହାସହ ଦେଶର ଜାତୀୟ ପକ୍ଷୀ ମୟୂରକୁ ବି ଏହି କ୍ରୋକେରି ସେଟରେ ସ୍ଥାନ ଦିଆଯାଇଛି । ଯାହାକି ଅତିଥିମାନଙ୍କୁ ବହୁତ ପସନ୍ଦ ଆସିବ । ଜି-୨୦ ପାଇଁ ମହାରାଜା ଥାଳିର ଡିଜାଇନ୍ ଅଛି ଏବଂ କିଛି ଡିଜାଇନ୍ ମଧ୍ୟ ଦକ୍ଷିଣ ଭାରତରୁ ନିଆଯାଇଛି ।