ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ୧୫ ମହଲାର ଆପାର୍ଟମେଣ୍ଟ, ଖର୍ଚ୍ଚ ହେବ ୮ ହଜାର କୋଟି
1/09/2023 at 3:27 PM

ଭୁବନେଶ୍ବର ୧।୯: ରାଜଧାନୀରୁ କମିବ ଗହଳି । ଚମକିବ ରାଜଧାନୀ ଉପକଣ୍ଠ । ପ୍ରାୟ ୮୨୧ ଏକରରେ ୮ହଜାର କୋଟି ବ୍ୟୟ ଅଟକଳରେ ଭୁବନେଶ୍ଵର ଉପକଣ୍ଠ ଦାଶପୁର ଓ ଗୋଠପାଟଣା ମୌଜାରେ ଗଢି ଉଠିବ ‘ନ୍ୟୁ ସିଟି’ । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ହେବ । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ । ନିର୍ମାଣ ହେବ ୧୫ ମହଲା ବିଶିଷ୍ଟ ଅଟ୍ଟାଳିକା । ୨ ଲକ୍ଷ ଲୋକଙ୍କ ରହଣି ପାଇଁ ୫୦ ହଜାର ଫ୍ଲାଟ୍ । ପ୍ରସ୍ତାବିତ ସ୍ଥାନରେ କେନ୍ଦ୍ରୀୟ ଟିମ୍ର ଅନୁଧ୍ୟାନ ।
ଭୁବନେଶ୍ବର ଉପକଣ୍ଠରେ ଗଢ଼ି ଉଠିବ ‘ନ୍ୟୁ ସିଟି’ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ‘ନ୍ୟୁ ସିଟି’ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଗଙ୍ଗୁଆ ନାଳର ଜଳ ବିଶୁଦ୍ଧିକରଣ, ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ, ଅଫୋର୍ଡିଂ ହାଉସିଂ ପ୍ରୋଜେକ୍ଟ ଯୋଗାଇ ଦେଶ ପାଇଁ ଲକ୍ଷ୍ୟ ରଖିଛି ବିଡିଏ । ନାକାଗେଟ୍ରୁ କାଟେଣୀ ଛକ ପର୍ଯ୍ୟନ୍ତ ରାସ୍ତା ବିକଶିତ କରିନେଇ ସିଟିକୁ ସଂଯୋଗକରଣ କରିବା ଯୋଜନ କରିଛି ବିଡିଏ । ୪୧ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ଵରକୁ ବିକଶିତ, ବ୍ୟବସ୍ଥିତ ସହ ବାସପୋଯୋଗୀ ସହର କରି ଗଢି ତୋଳିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ।
You Can Read :