CATS ଆମ୍ବୁଲାନ୍ସ କଣ୍ଟ୍ରୋଲ୍ ରୁମ୍‌ରେ କରୋନା ସଂକ୍ରମଣ, ୧୫ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩।୫: ଦିଲ୍ଲୀ ସରକାରଙ୍କ CATS ଆମ୍ବୁଲାନ୍ସର କଣ୍ଟ୍ରୋଲ ରୁମରେ କରୋନା ସଂକ୍ରମଣ । ପ୍ରାୟ ୭୦ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣଙ୍କ କରୋନା ଯାଞ୍ଚ ରିପୋର୍ଟ  ଆସିଛି । ଏହି ୨୦ ଜଣଙ୍କ ମଧ୍ୟରୁ ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରେ କଲ୍ ସେଣ୍ଟର ପରି ୪ଟି ସିଫ୍ଟରେ ଚାଲୁଥିବା ଏହି ଆମ୍ବୁଲାନ୍ସ କଣ୍ଟ୍ରୋଲ୍ ରୁମରେ ପ୍ରାୟ ୭୦ ଲୋକ କାମ କରନ୍ତି । କେବଳ ଗୋଟିଏ ସିଫ୍ଟର କର୍ମଚାରୀଙ୍କ ରିପୋର୍ଟ ଆସିଛି । କିନ୍ତୁ ଏହି ରିପୋର୍ଟ ବାକି କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

କର୍ମଚାରୀମାନେ କହିଛନ୍ତି ଯେ, ଆମ୍ବୁଲାନ୍ସ ଚଳାଉଥିବା ଡ୍ରାଇଭର ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପିପିଏ କିଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ ପାଇଁ କଣ୍ଟ୍ରୋଲ୍ ରୁମକୁ ଆସୁଥିଲେ । ବର୍ତ୍ତମାନ ଏହି କର୍ମଚାରୀମାନେ ମଧ୍ୟ ସଂକ୍ରମଣକୁ ଭୟ କରୁଛନ୍ତି । ବର୍ତ୍ତମାନ ଅନ୍ୟ ୩ଟି ସିଫ୍ଟରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ଜଣଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.