ମସ୍‌ଜିଦରେ ବିସ୍ଫୋରଣ ଘଟି ୧୫ ମୃତ, ଅନେକ ଆହତ

Published By : Prameya-News7 Bureau | January 10, 2020 IST

ଇସାଲାମାବାଦ ୧୦।୦୧: ପାକିସ୍ତାନ ଅଧିକୃତ ବଲୁଚିସ୍ତାନରେ ଜୋରଦାର ବିସ୍ଫୋରଣ ଘଟିଛି। ବଲୁଚିସ୍ତାନର କ୍ବୋଟାରେ ଥିବା ଏକ ମସ୍‌ଜିଦ୍‌ରେ ବିସ୍ଫୋରଣ ଘଟି ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କିଛି ପୋଲିସ ଅଫିସର ଥିବା ମଧ୍ୟ ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ । ତେବେ ବୁଧିବାର ଦିନ କ୍ବୋଟାରେ ସିଆରପିଏଫ ଗାଡି ନିକଟରେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.