ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୫, ଦେଖନ୍ତୁ ଲିଷ୍ଟ
6/06/2023 at 10:13 PM

ନୂଆଦିଲ୍ଲୀ, ୦୬/୦୬: ଦେଶରେ ବଢ଼ୁଛି ବାୟୁ ପ୍ରଦୂଷଣ। ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଆାଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏକ ନୂଆ ରିପୋର୍ଟ ଅନୁଯାୟୀ ଦୁନିଆର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରେ କେବଳ ଭାରତର ୧୫ ସହର ରହିଛନ୍ତି। ଆଉ ୫ ସହର ମଧ୍ୟରେ ରହିଛି ପାକିସ୍ତାନର ୩ ସହର ରହିଛି । ସ୍ବିସ୍ ଏୟାର କ୍ବାଲିଟି ଟେକ୍ନୋଲୋଜି କମ୍ପାନି ଆଇକ୍ୟୁ ଇଣ୍ଡେକ୍ସ ଏୟାରର ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠୁ ପ୍ରଦୂଷିତ ସହର ହେଉଛି ପାକିସ୍ତାନର ଲାହୋର।
ପ୍ରଦୂଷିତ ଦେଶ ମଧ୍ୟରେ ୮ମ ସ୍ଥାନରେ ଭାରତ:
ସେହିପରି ଦୁନିଆର ସବୁଠୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ୮ମ ସ୍ଥାନରେ ରହିଛି। ଅଧିକ ପ୍ରଦୂଷିତ ୫ ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ଆଫ୍ରିକୀୟ ଦେଶ ଚାଡ, ଦ୍ବିତୀୟ ସ୍ଥାନରେ ଇରାକ ଏବଂ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି। ଚତୁର୍ଥ ସ୍ଥାନରେ ବାହାରିନ୍ ଏବଂ ୫ମ ସ୍ଥାନରେ ଭାରତର ପଡୋଶୀ ଦେଶ ବାଙ୍ଗଲାଦେଶ ରହିଛି।
ଆହୁରି ପଢ଼ନ୍ତୁ: ଡ୍ରଗ୍ସ ଜବତରେ ରେକର୍ଡ, ଏନସିବିକୁ ବଡ଼ ସଫଳତା: କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ କ୍ରିପ୍ଟୋରେ ହେଉଥିଲା ନେଣଦେଣ
ସବୁଠୁ ପ୍ରଦୂଷିତ ସହର:
୧. ଲାହୋର, ପାକିସ୍ତାନ
୨. ହୋତନ, ଚୀନ
୩. ଭିବଣ୍ଡି, ଭାରତ
୪. ଦିଲ୍ଳୀ, ଭାରତ
୫. ପେଶାଓ୍ବର, ପାକିସ୍ତାନ
୬. ଦରଭଙ୍ଗା, ଭାରତ
୭. ଅସୋପୁର, ଭାରତ
୮. ଏନଜାମେନା, ଚାଡ
୯. ନୂଆଦିଲ୍ଲୀ, ଭାରତ
୧୦. ପାଟନା, ଭାରତ
୧୧. ଗାଜିଆବାଦ, ଭାରତ
୧୨. ଧୋରହରା, ଭାରତ
୧୩. ବଗଦାଦ, ଇରାକ
୧୪. ଛପରା, ଭାରତ
୧୫. ମୁଜାଫରନଗର, ଭାରତ
୧୬. ଫୈସଲାବାଦ, ଭାରତ
୧୭. ଗ୍ରେଟର ନୋଏଡା, ଭାରତ
୧୮. ବାହାଦୂରଗଢ଼, ଭାରତ
୧୯. ଫରୀଦାବାଦ, ଭାରତ
୨୦. ମୁଜାଫରପୁର, ଭାରତ
ଆହୁରି ପଢ଼ନ୍ତୁ: ଭାରତରେ ଗଣତନ୍ତ୍ର ବିପଦରେ; ରାହୁଲଙ୍କୁ ଆଇନା ଦେଖାଇଲା ଆମେରିକା !