ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବନ୍ଧୁକ ମୁନରେ ଲୁଟ୍, ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୧୫ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍

17/12/2020 at 10:15 AM

ଟାଙ୍ଗୀ ୧୭।୧୨: ଗନ୍ ପଏଣ୍ଟରେ ଝାମ୍ପି ନେଲେ ୧୫ ଲକ୍ଷ ଟଙ୍କା । ବୁଧବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଡକାୟତି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଏରିଆ ବାଇପାସ୍ ଛକରେ ଏହି ଘଟଣା ଘଟିଛି । ପୁରୀରେ ରହି ବ୍ୟବସାୟ କରୁଥିବା ୩/୪ ଜଣ ବ୍ୟବସାୟୀ ଏକ କାର୍ ଯୋଗେ ନିଜ ଘରକୁ ଅର୍ଥାତ୍ ପୁରୀରୁ ଗଞ୍ଜାମ ଅଞ୍ଚଳକୁ ଏହି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ।

ଡକାୟତମାନେ ଆଉ ଏକ କାର୍ ଗାଡ଼ିରେ ଆସି ଏମାନଙ୍କ ବାଟ ଓଗାଳିଲେ । ଆଉ ତାପରେ ଗନ୍ ପଏଣ୍ଟ୍ ରେ ଆକ୍ରମଣ କରି ଟଙ୍କା ନେଇ  ଛୁ ମାରିଛନ୍ତି ଡକାୟତ । ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଖୋର୍ଦ୍ଧା ଏସପି ପ୍ରାଥମିକ ତଦନ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଡକାୟତଙ୍କର  କୌଣସି ଟେର୍ ପାଇନାହିଁ ପୋଲିସ ।

   Related Posts