ରୁଷ କ୍ୟାଫେରେ ଭୟାଭହ ଅଗ୍ନିକାଣ୍ଡ, ୧୫ ମୃତ; ଫ୍ଲେୟାର ଗନରୁ ନିଆଁ ଲାଗିଥିବା ଅନୁମାନ

Published By : Prameya-News7 Bureau | November 05, 2022 IST

ନୂଆଦିଲ୍ଲୀ: ରୁଷର କୋଷ୍ଟ୍ରୋମା ସହରରେ ଶନିବାର ଏକ କ୍ୟାଫେରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଅନ୍ୟ ୫ ଜଣ ଆହତ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡ ଘଟିବା ପୂର୍ବରୁ କ୍ୟାଫେର ଏକ ବିବାଦ ହୋଇଥିଲା । ପରେ ଜଣେ ବ୍ୟକ୍ତି ଫ୍ଲେୟାର ବନ୍ଧୁକର ବ୍ୟବହାର କରିଥିଲେ ଏବଂ ଏହି ଅଘଟଣ ଘଟିଥିଲା । ନିଆଁ ଲାଗିବା ପରେ ଉଦ୍ଧାରକାରୀ ଦଳ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କ୍ୟାଫେରୁ ପ୍ରାୟ ୨୫୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଅପରାଧିକ ତଦନ୍ତ ଆରମ୍ଭ ହୋଇଛି । କ୍ୟାଫେ ମାଲିକଙ୍କୁ ହେପାଜତକୁ ନିଆଯାଇଥିବା ବେଳେ ଫ୍ଲେୟାର ଗନ ବ୍ୟବହାର କରିଥିବା ବ୍ୟକ୍ତିକୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।  

କୋଷ୍ଟ୍ରୋମା ସହର ରାଜଧାନୀ ମସ୍କୋ ଠାରୁ ପ୍ରାୟ ୩୪୦ ଦୂରରେ ଅବସ୍ଥିତ । ଏଠାରେ ପ୍ରାୟ ୨,୭୦,୦୦୦ ଲୋକ ବାସ କରନ୍ତି । ତେବେ ରୁଷରେ ଏହିପରି ଘଟଣା ପ୍ରଥମ ନୁହେଁ, ୨୦୦୯ ମସିହାରେ ପେର୍ମ ସହରରେ ଏକ ନାଇଟକ୍ଲବରେ ନିଆଁ ଲାଗି ୧୫୦ ଜଣଙ୍କ ଜୀବନ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.