ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ବସ୍ : ୧୫ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର
26/05/2019 at 8:56 AM

ବୌଦ୍ଧ ୨୬/୫: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବସୁଦେଵପାଲି ମାଉଳି ମନ୍ଦିର ନିକଟରେ ବସ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛକୁ ପିଟିଲା ମିଶ୍ର ନାମକ ଏକ ଘରୋଇ ବସ। ଫଳରେ ୧୨ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ମିଶ୍ର ନାମକ ବସ୍ ୧୦୦ରୁ ଉର୍ଧ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଭୋର ୪ ଟା ସମୟରେ ବସୁଦେଵପାଲି ର ମାଉଳି ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ବସ ସାମ୍ନାପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।
