ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
23/05/2018 at 5:45 AM

ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ରାଜଧାନୀର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହେଉଛି । ଭୁବନେଶ୍ବର ସହ କଟକରେ ମଧ୍ୟ ପ୍ରବଳ ବର୍ଷା । ବର୍ଷା ସହ ପ୍ରବଳ ବେଗରେ ପବନ ମଧ୍ୟ ବହୁଛି । ସେପଟେ ଆଜି ୧୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ, ଝାରସୁଗୁଡା । ସକାଳ ୭ ଟା ୩୦ ରୁ ପୂର୍ବାହ୍ନ ୧୧ ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଘଡ଼ଘଡ଼ି ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022