ଫିରିଙ୍ଗିଆ ଥାନା ପୋଡି ଘଟଣା : ଗିରଫ ଭୟରେ ଜନଶୁନ୍ୟ ଗାଁ, ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

Published By : Prameya-News7 Bureau | August 06, 2023 IST

ଫୁଲବାଣୀ ୦୬।୦୮ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଏବଂ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣା। ୧୫ ଜଣକୁ ଅଟକ ରଖିଛି ପୋଲିସ୍ l ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ରବିବାର ଫିରିଙ୍ଗିଆ ଥାନା ଜାଳି ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ କାରବାରରେ ପୋଲିସର ସଂପୃକ୍ତି ଅଭିଯୋଗ କରି IIC ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସ୍ଥାନୀୟ ଲୋକ । ଆକ୍ସନ ନହେବାରୁ ଥାନା ପାଖରେ ଚାଲିଥିଲା ମେଳି । ତେବେ ବୁଝାସୁଝା କରିବାକୁ ଯାଇଥିବା SDPO ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ ଲୋକ । ଏହାପରେ ଥାନାରେ ନିଆଁ ଲଗାଇ ଦେଇଥିଲେ ।

ସେହିପରି ଭିଡିଓ ଫୁଟେଜ ଆଧାର ରେ ପୋଲିସ୍ ଜଣକ ପରେ ଜଣକୁ ଉଠାଇ ଆଣୁଛି l ଗିରଫ ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି l ଗିରଫ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି, ଦୋକାନ ବଜାର ବନ୍ଦ ରହିଛି l ଘଟଣାସ୍ଥଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ଏବଂ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଘଟଣା ସ୍ଥଳରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଏହି ଘଟଣାରେ ଗଂଜେଇ ମାଫିଆଙ୍କ ସଂପୃକ୍ତି ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି।

wp:embed {"url":"https://www.prameyanews7.com/ileana-d-cruz-delivere-a-baby-boy-shared-first-photo-revealed-name/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ileana-d-cruz-delivere-a-baby-boy-shared-first-photo-revealed-name/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.