ବାତ୍ୟା କ୍ଷୟକ୍ଷତି ଓ ଜଳବନ୍ଦୀ ଅଂଚଳରେ ୧୫ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗେଇଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

Published By : Prameya-News7 Bureau | October 14, 2018 IST

ଗଂଜାମ ୧୪/୧୦ : ବାତ୍ୟା ପରେ ବନ୍ୟା ଓ ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାର ୩ଟି ଜିଲ୍ଲା ଦୂରଦିନକୁ ଠେଲି ହୋଇଯାଇଛି | ବାତ୍ୟା ଯେତିକି ଉଜାଡିଥିଲା ଲଗାଣ ବର୍ଷା ଓ ବନ୍ୟା ତାର କରାଳ ରୂପ ଦେଖାଇଛି | ବର୍ଷା ଛାଡିବା ପରେ ବିଭିନ୍ନ ନଦୀରେ ଜଳସ୍ଥର କମିଯାଇଛି ତଥାପି ବହୁ ଗାଁ ଜଳମଗ୍ନ ହୋଇରହିଛି | ଜଳବନ୍ଦୀ ଥିବା ଲୋକଙ୍କୁ ହେଲିକେପ୍ଟର ସାହାଯ୍ୟରେ ରିଲିଫ ଯୋଗେଇ ଦିଆଯାଉଛି | ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାର ଗୁଣୁପୁର ସବ ଡିଭିଜନରେ ୧୫ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗେଇଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ସରକାରୀ ହିସାବ ଅନୁଯାୟୀ ମୋଟ ୧୬ଟି ଜିଲ୍ଲାର ୧୧୧ ବ୍ଲକ ଅନ୍ତର୍ଗତ ୭୧୦୩ ଗାଁ ବର୍ଷା ଓ ବାତ୍ୟାରେ ପ୍ରଭାବିତ ହୋଇଛି | ୪୬.୪୮ ଲକ୍ଷ ଲୋକ ସିଧାସଳଖ କ୍ଷତିଗ୍ରସ୍ତ ହୋଇଛନ୍ତି | ଆସିକା, ଛତ୍ରପୁର, ଗଂଜାମ, ଚିକିଟି, ପାତ୍ରପୁର, ଭଞ୍ଜନଗର, ଦିଗପହଣ୍ଡି, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଆଦି ଅଂଚଳରୁ ପାଣି କମିବାରେ ଲାଗିଛି | ସ୍ଥିତିରେ ସୁଧାର ଆଣିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.