୧୪ ବର୍ଷର ରାହୁଲ, କାହିଁକି କେଜାଣି ଦିନକୁ ଦିନ ହୋଇଯାଉଛନ୍ତି ଦିବ୍ୟାଙ୍ଗ- ପୁଅକୁ ନେଇ ବାପା ମାଙ୍କ ସ୍ବପ୍ନ ହେଉଛି ଧୂଳିସାତ…

Published By : Prameya-News7 Bureau | October 14, 2019 IST

ସୋନପୁର୧୪|୧୦; ପୁଅଟିଏ ଜନ୍ମ ହେଲେ ବାପା ମା’କେତେ ସ୍ବପ୍ନ ଦେଖିଥାଆନ୍ତି । ପୁଅ ବଡ ହେଲେ ସାହାରା ବନିବ, ବଡ ମଣିଷ ହେବ । ହେଲେ ସୁବର୍ଣ୍ଣପୁର ବୀରମହାରାଜପୁରର ଭିକାରୀ ପ୍ରଧାନ ଓ ସବିତା ପ୍ରଧାନଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ୧୪ବର୍ଷର ପୁଅ ଏବେ କୌଣସି ଏକ ମାରାତ୍ମକ ରେ।ଗରେ ପୀଡିତ । ପୁଅ ଧିରେ ଧିରେ ଦିବ୍ୟାଙ୍ଗ ପାଲଟୁଥିବା ବେଳେ ଅର୍ଥ ଅଭାବରୁ ଆଖି ଆଗରେ ପୁଅର ଯନ୍ତ୍ରଣା ଦେଖିବା ଛଡା କିଛି ଉପାୟ ନାହିଁ । 

{"id":169943,"width":589,"height":331}

ରାହୁଲ ।ବୟସ ୧୪ ବର୍ଷ । ଦଶମ ଶ୍ରେଣୀ ଛାତ୍ର ରାହୁଲଙ୍କର ପାଠ ପଢିବାକୁ ଅଦ୍ୟମ ଇଛା । କିନ୍ତୁ ରେ।ଗରେ କବଳିତ ଏହି କଅଁଳ ଜୀବନ । ୩ ବର୍ଷ ହେଲା କୌଣସି ଏକ ରେ।ଗରେ ପୀଡିତ ସେ । ହାତ ଗେ।ଡ ଆସ୍ତେ ଆସ୍ତେ ଅଚଳ ହେ।ଇଯାଉଛି । ମେରୁଦଣ୍ଡ ବଙ୍କା ହେ।ଇଯାଉଛି । ଫଳରେ ଖେଳକୁଦ ବୟସରେ ଏବେ ସେ ଶଯ୍ୟାଶାୟୀ । ତେବେ ସାଧ୍ୟମତେ ପୁଅର ଚିକିତ୍ସା କରାଇସାରିଲେଣି ବାପା ମା’ । ସୋନପୁର  ଡାକ୍ତରଖାନା ଠାରୁ ଆରମ୍ଭ କରି ବୁର୍ଲା ଡାକ୍ତରଖାନା ସବୁଠି ଦେଖଇଥିଲା । କିନ୍ତୁ ରେ।ଗ ଭଲ ହେଉନି ।ଏପଟେ ପାଖରେ ଆଉ ସମ୍ବଳ ବି ନାହିଁ । ତେଣୁ ପୁଅକୁ ଦେଖି ଦିନରାତି ଆଖିରୁ ଲୁହ ଗଡାଉଛନ୍ତି ବାପା, ମାଆ ।

{"id":169944}

ସରକାରଙ୍କ ତରଫରୁ ରାହୁଲଙ୍କୁ ମିଳୁଛି ୭ଶହ ଟଙ୍କା । କିନ୍ତୁଅନେକବାର ଅନୁରେ।ଧ ପରେ ବି ତାଙ୍କୁ ତିନି ଚକିଆ ସାଇକେଲ ଟିଏ ମିଳିଲାନି । ଫଳରେ ପାଠ ପଢାରେ ଲାଗିଛି ଡେ।ରୀ । ତେଣୁ ପୁଅର ଜୀବନ ବଞ୍ଚାଇବା ସହ ତାର ପାଠପଢା ପାଇଁ ସୁଯେ।ଗ ସୃଷ୍ଟି କରିବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ବାପା ମା’ ।ଅନ୍ୟପଟେ ରାହୁଲଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି  ।

{"id":169945,"width":582,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.