ଡିଏମ୍ ବିଜ୍‌ନେସ୍ ସ୍କୁଲ୍‌ର ଚତୁର୍ଦ୍ଦଶତମ ଦୀକ୍ଷାନ୍ତ ସମାରୋହ ସମାପନ

Published By : Prameya-News7 Bureau | April 12, 2024 IST

ଭୁବନେଶ୍ବର: ଓଡିଏମ୍ ବିଜ୍‌ନେସ୍ ସ୍କୁଲ୍‌ର ଚତୁର୍ଦ୍ଦଶତମ ଦୀକ୍ଷାନ୍ତ ସମାରୋହ। ଶୁକ୍ରବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ବରର ଓୟୁଏଟିର କୁଳପତି ପ୍ରଫେସର (ଡ.) ପ୍ରଭାତ କୁମାର ରାଉଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । 

ମୁଖ୍ୟ ବକ୍ତା ଭାବେ ପୂର୍ବତନ ଭାରତୀୟ ପ୍ରଶାସନ ସେବାର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନର ଓଡ଼ିଶା  ଇନ୍‌ସ୍ୟୁରାନ୍‌ସ ଓ ମୁଣ୍ଡ୍‌ସ୍‌ମ୍ୟାନ୍ ଶ୍ରୀଯୁକ୍ତ ମନୋଜ କୁମାର ପରିଡା, ଆଇ.ଏ.ଏସ୍‌. ସମାରୋହକୁ ନିଜର ଓଜସ୍ୱିନୀ ଭାଷଣରେ ଉଦ୍‌ବୋଧିତ କରିଥିଲେ । ଅନ୍ୟତମ ମାନ୍ୟଗଣ୍ୟ ଅତିଥି ଭାବରେ ଓଡିଏମ୍ ବିଜ୍‌ନେସ୍ ସ୍କୁଲ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣରସ୍ ସଦସ୍ୟଗଣ ଯଥା- ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ପୂର୍ବତନ ଆଇ.ଏ.ଏସ୍‌. ତଥା ପୂର୍ବତନ ଓପିଏସି ସଦସ୍ୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଅଶୋକ ମହାପାତ୍ର  ତଥା ସମ୍ ହସ୍‌ପିଟାଲ୍‌ର ମୁଖ୍ୟ ଉପଦେଷ୍ଟା ପ୍ରମୁଖ ଅତିଥିଭାବରେ ଯୋଗଦାନ କରିଥିଲେ ।

ଏହି ଅବସରରେ୨୦୨୨, ୨୦୨୩ ଓ ୨୦୨୪ ଶିକ୍ଷାବର୍ଷରେ ପିଜିଡିଏମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୮୦ ଜଣ କୃତି ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଗଣ୍ୟମାନ୍ୟ ଅତିଥିଗଣ ଦୀକ୍ଷାନ୍ତ ସମାରୋହର ଉପାଧି ପ୍ରଦାନ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଓଡିଏମ୍‌ର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ଓଡିଏମ୍ ବିଜ୍‌ନେସ୍ ସ୍କୁଲ୍‌ର ନିର୍ଦ୍ଦେଶକ ପ୍ରଫେସର ଡ.ଗୋବିନ୍ଦଚନ୍ଦ୍ର ଦାଶ, ଡିନ୍ ପ୍ରଫେସର ସତ୍ୟବ୍ରତ ଭୂୟାଂ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, , ଶିକ୍ଷା-ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ଏବଂ ବିଜ୍‌ନେସ୍ ସ୍କୁଲ୍‌ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ର-ଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ରଙ୍ଗାରଙ୍ଗ ଓ ମନମୋହକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ଓଡିଏମ୍ ବିଜ୍‌ନେସ୍ ସ୍କୁଲ୍‌ର ଉଜ୍ଜ୍ୱଳ ଇତିହାସରେ ଶତ ପ୍ରତିଶତ ଛାତ୍ର-ଛାତ୍ରୀ ରାଜ୍ୟ ତଥା ଦେଶ-ବିଦେଶରେ ବହୁ ଦାୟିତ୍ୱପୂର୍ଣ୍ଣ ପଦବୀରେ ନିୟୋଜିତ ହୋଇ ପ୍ରତିଷ୍ଠାନକୁ ଗୌରବାନ୍ୱିତ କରିଆସୁଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.