୧୪ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭିଡିଓ କନଫେରେନ୍ସିଙ୍ଗରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
23/06/2022 at 8:21 PM

ନୂଆଦିଲ୍ଲୀ ୨୩/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫେରେନ୍ସିଙ୍ଗ ମାଧ୍ୟମରେ ଚୀନ୍ ଦ୍ୱାରା ଆୟୋଜିତ ୧୪ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି। ଏହି ସମୟରେ ସେ କହିଛନ୍ତି ବିଶ୍ୱରେ କରୋନା ମହାମାରୀର ପ୍ରଭାବ ପୂର୍ବ ତୁଳନାରେ ଏବେ କମିଛି କିନ୍ତୁ ଏହାର ଅନେକ ଦୁଷ୍ପ୍ରଭାବ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଦେଖାଦେଇଛି। ବିଶ୍ୱ ଅର୍ଥବ୍ୟବସ୍ଥାର ଶାସନ ବିଷୟରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କର ଦୃଷ୍ଟିକୋଣ ବହୁତ ସମାନ ରହଛି ଓ ସେଥିପାଇଁ ଆମର ପରସ୍ପର ମଧ୍ୟରେ ସହଯୋଗ ବିଶ୍ୱ ସ୍ତରୀୟ କୋଭିଡ୍ ପରବର୍ତ୍ତି ପୁନରୁଦ୍ଧାରରେ ଉପଯୋଗୀ ଯୋଗଦାନ ଦେଇ ପାରିବ।
ସେ କହିଛନ୍ତି ପୂର୍ବ ବର୍ଷ ଗୁଡ଼ିକରେ ଆମେ ବ୍ରିକ୍ସରେ ଅନେକ ସଂସ୍ଥାଗତ ସୁଧାର କରିଛୁ ଯାହାଦ୍ୱାରା ଏହି ସଙ୍ଗଠନର ପ୍ରଭାବଶୀଳତା ବଢ଼ିଛି। ଆମର ନୂଆ ବିକାସରେ ବ୍ୟାଙ୍କର ସଦସ୍ୟତା ମଧ୍ୟ ବଢ଼ିଛି। ଏମିତି ଅନେକ କ୍ଷେତ୍ର ରହିଛି ଯେଉଁଠି ଆମର ପରସ୍ପର ସହଯୋଗରେ ନାଗରିକମାନଙ୍କ ଜୀବନକୁ ସିଧାସଳଖ ଲାଭ ମିଳୁଛି।