ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୧୪୨ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 30, 2020 IST

ଭୁବନେଶ୍ବର ୩୦।୦୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ରାଜ୍ୟରେ ଆଜି ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ସମସ୍ତ କରୋନା ପଜିଟିଭ୍ ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ୧୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬କୁ ଛୁଇଁଛି।

{"id":262604,"sizeSlug":"large"}

ଗୁରୁବାର ସକାଳେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମିତମାନେ କଣ୍ଟେମେଣ୍ଟ ଏରିଆରୁ ଚିହ୍ନଟ ହୋଇଛନ୍ତି। ଏମାନେ ସବୁ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗୋଟିଏ ଦିନରେ ଯାଜପୁର ବ୍ଲକ ଦଶରଥପୁରରେ ଏକାସାଙ୍ଗରେ ୧୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ଚିହ୍ନଟ ହୋଇଥିବା ସଂକ୍ରମିତ କଟିକଟା କଣ୍ଟେମେଣ୍ଟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ବିଟ କରି ସୂଚନା ଦେଇଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା। ରାଜ୍ୟ ପାଇଁ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତା ବିଷୟ ପାଲିଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨ ଆକ୍ଟିଭ କେସ୍ ରହିଛି। ୩୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରେ ଥିବା ବେଳେ ସଂକ୍ରମିତ ତାଲିକାରେ ଯାଜପୁର ଦ୍ବିତୀୟରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.