ଶରୀର ବଢୁଛି , କିନ୍ତୁ ତାର କାନ୍ଦ କେହି ଶୁଣି ନାହାନ୍ତି କି ହସ କେହି ଦେଖି ନାହାନ୍ତି: ୧୪ ମାସର ଶିଶୁ ଶେଯରୁ ଉଠୁନି, ଚିକିତ୍ସା ପାଇଁ ଅର୍ଥ ବାଧକ

Published By : Prameya-News7 Bureau | January 21, 2019 IST

ସୋନପୁର୨୧|୧: ଶରୀର ବଢୁଛି । କିନ୍ତୁ ତାର କାନ୍ଦ କେହି ଶୁଣି ନାହାନ୍ତି କି ହସ କେହି ଦେଖି ନାହାନ୍ତି । ପାଇପ୍ ବାଟେ କେବଳ ତରଳ ଖାଦ୍ୟ ସେ ଖାଉଛି । ୧୪ ମାସର ଶିଶୁ ଶେଯରୁ ଉଠୁନି । ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇ ସର୍ବସ୍ବାନ୍ତ ବାପା ମା । ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ । ଚାଲନ୍ତୁ ଭେଟିବା ସୋନପୁର ତରିଆପଡାର ଏଭଳି ଜଣେ ଶିଶୁ ରାଜଶ୍ରୀ ସେଠୀଙ୍କୁ । ... 

{"id":76542}

ରାଜଶ୍ରୀ ସେଠୀ । ଝିଅ ଜନ୍ମ ହେଉଥିବାରୁ ସମସ୍ତେ କହୁଥିଲେ ଲକ୍ଷ୍ମୀ ଆସିଛନ୍ତି । ପରିବାରରେ ବି ଖୁସି କହିଲେ ନସରେ । କିନ୍ତୁ ଏହି ଖୁସି ବେଶୀ ଦିନ ରହି ନଥିଲା । କାରଣ ଝିଅ ଦେହର ଆକାର ବଢୁଥିଲା । କିନ୍ତୁ ସେ କେବେ କାନ୍ଦୁ ନଥିଲା କି ହସୁ ନଥିଲା । ଏପରିକି ଭୋକ ହେଲେ ବି ସେ କାନ୍ଦେନି । ପାଇପ୍ ବାଟେ ତରଳ ଖାଦ୍ୟ ଖାଇ ସେ ବଞ୍ଚିଛି । ରାଜଶ୍ରୀର ପୁରା ଶରୀର ଅଚଳ ହୋଇପଡିଛି । ଶେଯରୁ ସେ କେବେ ଉଠେନି । ଭଲରେ ହାତ ଗୋଡ ହଲେଇ ଖେଳେନେ ବି । ଝିଅର ଏଭଳି ଅବସ୍ଥା ଦେଖି ସୋନପୁର ତରିଆପଡାର ବୀରବର ସେଠୀଙ୍କ ପରିବାର ଆଖିରୁ ଲୁହ ଶୁଖୁନି । ଝିଅର ଚିକିତ୍ସା ପାଇଁ ବୁର୍ଲାରୁ କଟକ ଯାଇ ଯାଇ ସର୍ବସ୍ବାନ୍ତ ହେଲେଣି । କିନ୍ତୁ କୌଣସି ସୁଫଳ ମିଳୁନି ।

{"id":76543}

ରାଜଶ୍ରୀଙ୍କ ବାପା ଜଣେ ଖୁଚୁରା ବ୍ୟବସାୟୀ । ତେଣୁ ଚିକିତ୍ସା ପାଇଁ ଅଣ୍ଟାରେ ଆଉ ଜୁ ନାହିଁ । ତେଣୁ କୁନି ଝିଅର ଚିକିତ୍ସା ପାଇଁ ସରକାର କିମ୍ବା ବେସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପରିବାର ଲୋକେ । ସେପଟେ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜଶ୍ରୀର ଚିକିତ୍ସା କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

{"id":76544,"width":605,"height":340}

ରାଜଶ୍ରୀକୁ ଆପଣ ବି ସହାୟତାର ହାତ ହାତ ବଢାଇ ପାରିବେ । ରାଜଶ୍ରୀଙ୍କୁ ସହାୟତା କରିବାକୁ ଚାହୁଁଥିଲେ ବୀରବର ସେଠୀଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ  ଅଫ ଇଣ୍ଡିଆ, ଧର୍ମଶାଳା ଶାଖା, ସୁବର୍ଣ୍ଣପୁର । ଆକାଉଣ୍ଟ ନମ୍ବର ୩୬୯୧୯୧୨୯୦୧୭ । IFC Code ହେଲା SBIN 0009659 ।

{"id":76545}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.