ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

‘ଅପରେସନ ସ୍ୟାଣ୍ଡ ଷ୍ଟର୍ମ’, ସୁବର୍ଣ୍ଣରେଖାର ୧୫ଟି ଚୋରା ବାଲିଖାଦାନାରେ ୧୪୪ ଧାରା ଜାରି

6/02/2023 at 8:25 PM

ଜଳେଶ୍ଵର: ଉପ ଜିଲ୍ଲାପାଳଙ୍କ  ଉପରେ ବୋଲି ମାଫିଆଙ୍କ ଆକ୍ରମଣ ପରେ ତତ୍ପର ହୋଇ ଉଠିଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ। ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ସ୍ୟାଣ୍ଡ ଷ୍ଟର୍ମ’।ଏହାରି ଆଧାରରେ ସୁବର୍ଣ୍ଣରେଖା ନଦୀରେ ଥିବା ୧୫ଟି ଚୋରା ବାଲିଖାଦାନରେ ତହସିଲ ପକ୍ଷରୁ ଲାଗିଲା ଲାଲି ପତାକା। ଆଉ ଜାରି ହେଲା ୧୪୪ ଧାରା। ଉଲ୍ଲେଖନୀୟ ବାଲେଶ୍ୱର  ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ବାଲିମାଫିଆଙ୍କ ଆକ୍ରମଣ ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି।

ଆଜି ଉପ ଜିଲ୍ଲାପାଳଙ୍କ ମିସ କେଶ ନଂ -୯/ ୨୩ ଅନ୍ତର୍ଗତ ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ଥିବା ବିଳାସପୁର, ମାକିଡିଆ (କ .ଖ.ଗ ), କୁଆଁରପୁର, ତୋଟାପଡା, ବେହେରାସାହି, ପ୍ରହରାଜପୁର, ପ୍ରହରାଜପୁର (କ ), ଡିପିପୁର,  ମକ୍ରମପୁର, ମାଳିପାଳ, ଦକ୍ଷିଣ ପ୍ରହରାଜ ପୁର (ଚ), କଣ୍ଟାପାଳ, ଗଡ଼ସାହୀ ବାଲିଆପାଳ ଆଦି ୧୫ଟି  ଚୋରା ବାଲି ଖାଦାନ ଉପରେ ତହସିଲ ପକ୍ଷରୁ ବାଲି ଖାଦାନ ଉପରେ ଚଢ଼ାଉ କରାଯାଇ ଲାଲି ପତାକା ମାରି ୧୪୪ ଧାରା ଜାରୀ କରାଯାଇଥିବା ଦେଖିବାକୁ ମିଳିଛି। ତତ ସହିତ ଡାକବାଜୀ ଯନ୍ତ୍ର ଦ୍ୱାରା ସୂଚାଇ ଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଳେଶ୍ୱର ତହସିଲଦାର, ତହସିଲ ପ୍ରଶାସନ ଓ ଜଳେଶ୍ୱର ପୋଲିସ ଉପସ୍ଥିତ ଥିଲେ।

   Related Posts