ବେଦାନ୍ତ-ଫେକର ପରିସରରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକଣା, ବଢିଲା ୧୪୪ ଧାରା ଅବଧି

Published By : Prameya-News7 Bureau | April 14, 2023 IST

ଭଦ୍ରକ ୧୪।୪: ବଢିଲା ଧାରା ୧୪୪ ଅବଧି । ଭଦ୍ରକ ରାନ୍ଦିଆଠାରେ ଥିବା ବେଦାନ୍ତ-ଫେକର ପରିସରରେ ଓ ଏହାର ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଅବଧି ବୃଦ୍ଧି କରାଗଲା ।

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ କମ୍ପାନୀରେ ଦୁର୍ଘଟଣାରେ ଦୁଇ ଶ୍ରମିକ ଗୁରୁତର ହେବା ପରେ ପରିସ୍ଥିତିକୁ ନେଇ ୧୪୪ ଧାରା ଜାରି ରହିଥିଲା । ଗତ ୧୨ ତାରିଖ ସକାଳ ୬ଟାରୁ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା । କମ୍ପାନୀ ପରିସରରେ ଭଙ୍ଗାରୁଜା ସହ ଉତ୍ତେଜନାକୁ ନଜରରେ ରଖି କଟକଣା ଜାରି ହୋଇଥିଲା । ସ୍ଥିତିକୁ ଲକ୍ଷ୍ୟ କରି ଧାରା ୧୪୪ ଅବଧି ଆସନ୍ତା ୧୬ ତାରିଖ ସକାଳ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

{"id":772347,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.