ବଡମ୍ବା ଟି-ବ୍ରିଜରେ ଦଳଚକଟା ଘଟଣା, ଦୁଇ ଦିନ ପାଇଁ ସିଂହନାଥ ପୀଠରେ ୧୪୪ ଧାରା ଜାରି
15/01/2023 at 9:27 AM

କଟକ ୧୫।୦୧ : ବଡମ୍ବା ଟି-ବ୍ରିଜରେ ଦଳଚକଟା ଘଟଣା । ଦୁଇ ଦିନ ପାଇଁ ସିଂହନାଥ ପୀଠରେ ଲାଗିଲା ୧୪୪ ଧାରା । ରବିବାର ଓ ସୋମବାର ସିଂହନାଥ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।
ସେହିପରି ଏହି କଟକଣା ସମୟରେ ସିଂହନାଥରେ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିଛି । ଯଦି କେହି ନିୟମ ଭାଙ୍ଗନ୍ତି । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁୟତନ ରହିଛନ୍ତି । ରବିବାର ସକାଳେ ଟି-ବ୍ରିଜ୍ରୁ ସମୀକ୍ଷା କରିଛନ୍ତି କଟକ ଏସ୍ପି ।
ସୂଚନାଯୋଗ୍ୟ ଯେ,ରବିବାର କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେବା ସହ , ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ।