ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ, ଜନଗହଳି ଏଡାଇବାକୁ ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | August 15, 2022 IST

ଆଠଗଡ଼ ୧୫।୦୮: ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି । କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ପୀଠରେ ୧୪୪ ଧାରି ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ବନ୍ୟାରେ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ମ୍ବା ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ହୀରାକୁଦରେ ୩୪ ଗେଟ୍‌ ଖୋଲିବା ଦ୍ୱାରା ମହାନଦୀରେ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି । ଖାସ୍‌ କରି ଶାଖାନଦୀଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ଏସବୁ ଭିତରେ ରବିବାର ଦିନ ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ଭଟାରିକା ପୀଠର ବେଢାରେ ବନ୍ୟାଜଳ ପ୍ରବେଶ କରିଥିଲା । ବନ୍ୟାଜଳକୁ ଦେଖିବା ଲାଗି ଭଟ୍ଟାରିକା ପୀଠରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଯାହାକୁ  ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ପୁରା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି କଟକଣା ସମୟରେ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ପରିସରକୁ ଯିବାକୁ ଅନୁମତି ନାହିଁ, ଯଦି କେହି ଏହି ନିୟମକୁ ଅବମାନନା କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.