ବେଦାନ୍ତ ଫେକର କାରଖାନାରେ ପୁଣି ବଢିଲା ୧୪୪ ଧାରା ଅବଧି, ୨୫ ତାରିଖ ଯାଏଁ ଜାରି ରହିବ କଟକଣା

Published By : Prameya-News7 Bureau | April 22, 2023 IST

ଭଦ୍ରକ ୨୨।୦୪ : ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା । ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି ।  ଶ୍ରମିକ ଅଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଅବଧି ବୃଦ୍ଧି କରାଯାଇଛି ।

ଖବର ଅନୁଯାୟୀ, ଦୁଇ ଗୁରୁତର ଶ୍ରମିକଙ୍କ ମଧ୍ୟରୁ ପୂର୍ବରୁ ଜଣେ ଶ୍ରମିକ ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ଶୁକ୍ରବାର ରାତିରେ ଅନ୍ୟ ଜଣେ ଗୁରୁତର ଶ୍ରମିକ ବିଜୟ ମହାପାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । କିନ୍ତୁ କମ୍ପାନୀ ତରଫରୁ କୌଣସି ସୂଚନା ମିଳିପାରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.