ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗୁ, ୨୭ ତାରିଖ ସକାଳ ୬ ଯାଏଁ ଜାରି ରହିବ କଟକଣା

Published By : Prameya-News7 Bureau | March 26, 2022 IST

ଭଦ୍ରକ ୨୬।୦୩ : ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଲା ୧୪୪ ଧାରା । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି ରହିବ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି ।

ସେହିପରି ବିଜୟ ଶୋଭାଯାତ୍ର ଉପରେ ମଧ୍ୟ କଟକଣା ଲାଗିଛି । ୫ ଜଣ ଲୋକ ଏକାଠି କୌଣସି ସ୍ଥାନରେ ଠିଅ ହୋଇପାରିବେନାହିଁ । ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ରହିଛି । ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଯାତାୟାତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.