ଆକ୍ସନ ମୋଡ଼ରେ ପ୍ରଶାସନ, ବାଲିଘାଟରେ ଲାଗିଲା ୧୪୪ ଧାରା
7/06/2023 at 12:24 PM

ଚଣ୍ଡିଖୋଲ ୦୭।୦୬ : ଆକ୍ସନ ମୋଡ଼ରେ ପ୍ରଶାସନ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନରେ ଥିବା ବଡ଼ ବାଲିକୁଦା ସ୍ଥିତ ବାଲିଘାଟରେ ଲାଗିଲା ୧୪୪ ଧାରା । ଘାଟରୁ ଯାଉଥିବା ସମସ୍ତ ଗାଡିକୁ ଜବତ କରିଛି ପ୍ରଶାସନ ।

ଖବର ଅନୁଯାୟୀ, ଦର୍ପଣ ତହସିଲ ଅଧୀନରେ ଥିବା ବଡ଼ ବାଲିକୁଦା କେଲୁଅ ନଦୀ ବାଲିଘାଟରେ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ବାଲି ଚାଲାଣ ହେଉଛି । ଯାହାଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନୀ ହେଉଥିଲା । ବେଆଇନ୍ ବାଲି ଚାଲାଣକୁ ରୋକିବା ପାଇଁ ବୁଧବାର ଦିନ ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ବାଲିଘାଟରେ ୧୪୪ ଧାରା ଲାଗୁ କରିଛନ୍ତି । ଏହାସହିତ ନାଲି ପତାକା ମଧ୍ୟ ଲଗାଯାଇଛି । ଦର୍ପଣ ଅତିରିକ୍ତ ତହସିଲଦାର ଓ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ବାଲିଘାଟରେ ୧୪୪ ଧାରା ଲାଗୁ କରିଥିଲେ ।

ସେହିପରି ଅନ୍ୟପଟେ ବଇରୀ ଥାନା ଅଧିନ ସୋଲର ଠାରେ ତିନୋଟି ଗାଡିକୁ ମଧ୍ୟ ଜବତ କରିଛି ପ୍ରଶାସନ । ଦୁଇଟି ବାଲି ବୋଝେଇ ଟ୍ରକ ଓ ଗୋଟିଏ ମାଙ୍କଡ଼ା ବୋଝେଇ ଟ୍ରକକୁ ଜବତ କରିଛି ତହସିଲ ପ୍ରଶାସନ ।