ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା

Published By : Prameya-News7 Bureau | March 09, 2021 IST

ଚାନ୍ଦବାଲି ୦୯।୦୩: ଜାଗର ଯାତ୍ରା ପାଇଁ ପ୍ରସ୍ତୁତି । ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଜାରି କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ଜିଲ୍ଲା ପ୍ରଶାସନର କଟକଣା ଅନୁଯାୟୀ, ଜାଗରଯାତ୍ରାରେ ହେବାକୁ ଥିବା ସମସ୍ତ ନୀତିକାନ୍ତି ପରମ୍ପରା ଅନୁସାରେ କରାଯିବ । ଏହାସହ ଚଳିତବର୍ଷ କୋଭିଡ଼ ଗାଇଡ଼ଲାଇନ୍‌ ପାଳନ କରି ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବାକୁ ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ତେବେ ଆସନ୍ତା ମାର୍ଚ୍ଚ ୧୦ ବୁଧବାର ସକାଳ ୭ରୁ ଶୁକ୍ରବାର ସକାଳ ୭ଟା ଯାଏଁ ଅର୍ଥାତ ୨ଦିନ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

{"id":419863,"sizeSlug":"large","linkDestination":"none"}

ସେହିପରି ଜାଗର ଯାତ୍ରା ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛି ପ୍ରଶାସନ। 

କେବଳ ସେବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ସମସ୍ତ ସେବାକାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣା ମାନି ସମସ୍ତ ସେବାୟତ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାଧ୍ୟ । ତେବେ ମଣିବାବାଙ୍କ ମନ୍ଦିର ଚୂଡାକୁ ମହାଦୀପ ଭୋର ୪ଟା ୩୦ରେ ଉଠିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.