କଳା ମୁଗୁନି ପଥର ପାହାଡ଼ରେ ୧୪୪ ଧାରା, ତହସିଲଦାରଙ୍କ ଉପସ୍ଥିତିରେ ପୋତାଗଲା ନାଲି ଫିତା

Published By : Prameya-News7 Bureau | August 31, 2022 IST

କରଞ୍ଜିଆ ୩୧/୦୮: ମୟୁରଭଞ୍ଜ ଜିଲ୍ଲା ଖୀଚିଂ ନିକଟରେ ଥିବା ବିଶ୍ୱ ପ୍ରସିଦ୍ଧ ଗାଁ ହେଉଛି କେଶନା । କଳା ମୁଗୁନି ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଦେଶ ବିଦେଶରେ ବେଶ ସୁନାମ ରହିଛି । କିନ୍ତୁ କିଛି ଦିନ ହେବ ଶିଆଳିଗୋଠାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ଗୋଟିଏ ଗୋଷ୍ଠୀ ଶିଆଳିଗୋଠାଣି ଗାଁ ନିକଟରେ ଥିବା ପାହାଡ଼ରେ କଳା ମୁଗୁନି ପଥର ଚୋରା ଚାଲାଣ ହେଉଥିବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଶୁକୃଳି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ଗୁରୁତ୍ୱର ନେବା ସହିତ ୧୪୪ ଧାରା ଲଗାଇବା ନିମନ୍ତେ କରଞ୍ଜିଆ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

ଆଜି କରଞ୍ଜିଆ ଉପଜିଲ୍ଲାପାଳ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୪୪ ଧାରା ଲାଗୁ କରିଛନ୍ତି । ଶିଆଳିଗୋଠାଣି ମୌଜାର ଖାତା ନମ୍ବର ୧୧୬ ଏବଂ ପ୍ଲଟ ନମ୍ବର ୨୨୭ ଓ ୨୨୯ ରେ ଦୁଇମାସ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଶିଆଳିଗୋଠାଣି ପାହାଡ଼ ରେ ରରୁଆଁ ଥାନା ଅଧିକାରୀ ଏବଂ ଶୁକୃଲି ତହସିଲଦାରଙ୍କ ଉପସ୍ଥିତିରେ ନାଲି ଫିତା ପୋତା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.