ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା

31/08/2022 at 8:35 AM

ଭଦ୍ରକ ୩୧/୦୮: ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଂଚାୟତର ବେଦପୁର ଗାଁରେ ଘଟଣା । ଗତକାଲି ମଧ୍ୟ ରାତିରୁ ଆସନ୍ତା ୨ତାରିଖ ସାନ୍ଧ୍ୟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କଲେ ଧାମନଗର ତହସିଲଦାର ।

ଗତକାଲି ଏହି ଗ୍ରାମର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ । ଏହାକୁ ବିରୋଧ କରିଥିଲେ କ୍ଲବର ଯୁବକ ମାନେ । ଫଳରେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା ।

ଖବର ପାଇ ପୋଲିସ ଏବଂ ତହସିଲଦାର ପହଂଚି ଥିଲା ବେଳେ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେଣୁ ତହସିଲଦାର ଭଦ୍ରକ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେଠାରେ ୧୪୪ ଧାରା ଜାରି କରାଯିବ ସହିତ ପୋଲିସ ମୁତୟନ କରାଯାଇଛି ।

   Related Posts