ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ରେଲୱେରେ ଭର୍ତ୍ତି ନେଇ ରେଳ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ଅଧିକ ଦେଢ ଲକ୍ଷ ନିଯୁକ୍ତି ଦେବା ପାଇଁ ଚାଲିଛି ପ୍ରସ୍ତୁତି

5/08/2022 at 8:10 PM

ନୂଆଦିଲ୍ଲୀ: ବେରୋଜଗାରୀ ପ୍ରସଙ୍ଗକୁ ନେଇ ସଂସଦରୁ ଆରମ୍ଭ କରି ରାଜରାସ୍ତା ସବୁଠି ସଂଗ୍ରାମ ଜାରି ରହିଛି । ଏହାରି ଭିତରେ କେନ୍ଦ୍ର ସକାର ସଂସଦରେ ସୂଚନା ଦେଇ କହିଛନ୍ତି, ଗତ ଆଠ ବର୍ଷ ଅର୍ଥାତ ୨୦୧୪ରୁ ଆଜି ଯାଏଁ ରେଲୱେ ମୋଟ ୩,୫୦,୦୦୦ ନିଯୁକ୍ତି ଦେଇଛି । ଏହାସହ ଦେଢ ଲକ୍ଷ ନୂଆ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଏହାର ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାରେ କହିଛନ୍ତି ଭାରତୀୟ ରେଲୱେ ୨୦୧୪ରୁ ୨୦୨୨ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୩,୫୦,୨୦୪ ଲୋକଙ୍କୁ ରୋଜଗାର ଦେଇଛି ଏବଂ ୧.୪ ଲକ୍ଷଙ୍କ ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ଲୋକଙ୍କୁ ରୋଜଗାର ଦେବାରେ ରେଲୱେର ପ୍ରମୁଖ ଯୋଗଦାନ ରହିଛି । ଚଳିତ ବର୍ଷ ରେଲୱେ ପକ୍ଷରୁ ୧୮,୦୦୦ ଚାକିରି ପ୍ରଦାନ କରାଯାଇଛି । ସେ କହିଛନ୍ତି, ଏପରି ଲୋକ ଅଛନ୍ତି ଯେଉଁମାନେ ୧୦ ହଜାରୁ ୨୦ ହଜାର ନିଯୁକ୍ତି ଦେବା କଥା କହୁଥିଲା, କିନ୍ତୁ ଏଠାରେ ଆମେ ବାସ୍ତବିକ ନିଯୁକ୍ତିକୁ ପ୍ରଦାନ କରିଛୁ ।

   Related Posts