ରାଜ୍ୟକୁ ଫେରିଲେ ୧୪୦ ଓଡିଆ ଛାତ୍ରଛାତ୍ରୀ, କରୋନା ଯୋଗୁଁ ଫସିଥିଲେ ପଞ୍ଜାବରେ

Published By : Prameya-News7 Bureau | March 19, 2020 IST

ଭୁବନେଶ୍ବର ୧୯।୩: କରୋନା ଯୋଗୁଁ ପଞ୍ଜାବ ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀମାନେ ଓଡିଶା ମୋ ପରିବାର ସହାୟତାରେ ରାଜ୍ୟକୁ ଫେରିଛନ୍ତି । ଓଡିଶାର ମୋଟ୍ ୧୪୦ଜଣ ଛାତ୍ରଛାତ୍ରୀ ଫସି ରହିଥିବା ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ତୁରନ୍ତ ଏସଂମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅବଗତ କରାଯାଇଥିଲା ।

{"id":240815,"sizeSlug":"large"}

ନୂଆଦିଲ୍ଲୀଠାରେ ଥିବା ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତଙ୍କୁ ଏଦିଗରେ ପଦକ୍ଷେପ ନେବା ପାଇଁ କୁହାଯିବା ପରେ ସେ ତୁରନ୍ତ ରେଳବାଇ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କ ଓଡିଶା ଫେରିବା ନେଇ ସୁରକ୍ଷିତ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ଛାତ୍ରଛାତ୍ରୀମାନେ ପୁରୁଷୋତ୍ତମ ଏକ୍ସପ୍ରେସରେ ଗୁରୁବାର ସକାଳେ  ଭୁବନେଶ୍ବର ରେଳଷ୍ଟେସନରେ ପହଞ୍ଚିବା ପରେ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ସ୍ବାଗତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ କରୋନା ସଂପର୍କରେ ସଚେତନତ କରାଯିବା ସହିତ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.