ରସାୟନ ବିଜ୍ଞାନ ପରୀକ୍ଷାରେ କପି କରି ଧରାପଡ଼ିଲେ ଦକ୍ଷିଣାଞ୍ଚଳ ଜୋନର ୧୪ ପରୀକ୍ଷାର୍ଥୀ

Published By : Prameya-News7 Bureau | February 29, 2024 IST

ବ୍ରହ୍ମପୁର: ଚାଲିଛି +୨ ପରୀକ୍ଷା। ଗୁରୁବାର ସପ୍ତମ ଦିନରେ ରସାୟନ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଇତିହାସ, ପଦାର୍ଥ ବିଜ୍ଞାନ ଓ ଆକାଉଣ୍ଟାନ୍ସି ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ପ୍ରାୟ ୨୦୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ତେବେ ଗୁରୁବାର ସାଇନ୍ସ ଷ୍ଟ୍ରିମର ରସାୟନ ବିଜ୍ଞାନ ପରୀକ୍ଷାରେ ୧୪ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି l

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ ଜିଲ୍ଲା କନିଷି ସ୍ଥିତ ସିଦ୍ଧ ଭୈରବୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, କବିସୂର୍ଯ୍ୟନଗର ସ୍ଥିତ କବି ବଳଦେବ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ, ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତ ପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୪ ଜଣ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ର କପି କରି ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ମଦ ବେପାରୀର ଦାଦାଗିରି, ବିରୋଧରେ ଥାନା ଘେରିଲେ ଶତାଧିକ ମହିଳା

ସେହିଭଳି କୋରାପୁଟ ଜିଲ୍ଲା ଦଶମନ୍ତପୁର ସ୍ଥିତ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨ ଜଣ, ନବରଙ୍ଗପୁର ସ୍ଥିତ ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଆଜି ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂଚନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.