ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

୧୪ ରାଜ୍ୟ ବଢ଼ାଇଲେ ଚିନ୍ତା, କରୋନା ସଂକ୍ରମଣ ନେଇ ସତର୍କ କଲେ କେନ୍ଦ୍ର ସରକାର

29/06/2022 at 2:10 PM

ନୂଆଦିଲ୍ଲୀ ୨୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଏବେ ପୁଣି ଥରେ ଚିନ୍ତାର କାରଣ ପାଲଟିଲାଣି। ଏବେ ଦୈନିକ ୧୦ ହଜାରରୁ ଅଧିକ କେସ ଚିହ୍ନଟ ହେଉଛି। ଏଣୁ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ୧୪ ରାଜ୍ୟଙ୍କୁ ଆଲର୍ଟ ଜାରି କରିଛନ୍ତି। ଏହି ସବୁ ରାଜ୍ୟରୁ ଏବେ ପ୍ରତି ସପ୍ତାହରେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଅନୁସାରେ ଏହି ସବୁ ରାଜ୍ୟରେ ପରୀକ୍ଷଣ ମଧ୍ୟ କମ୍ ହେଉଛି। ଆଜିକାଲି ଦିଲ୍ଲୀ, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନାରୁ ଅଧିକ ସଂକ୍ରମିତ ବାହାରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏହି ସବୁ ରାଜ୍ୟଙ୍କ ସହ ଭର୍ଚୁଆଲ ବୈଠକ କରିଥିଲେ। ତେବେ ଜୁନ ୧ ତାରିଖରୁ ଯେଉଁ ସବୁ ରାଜ୍ୟରେ କରୋନା କେସ୍ ବଢିବାରେ ଲାଗିଛି ସେହି ସବୁ ରାଜ୍ୟଙ୍କ ମଧ୍ୟରେ ଆସାମ, ଗୋଆ, ଗୁଜରାଟ, ହରିୟାଣା, ମେଘାଲୟ, ମିଜୋରାମ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟମାନେ ଅଛନ୍ତି। ତେବେ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ସାର୍ବଜନିକ ଆୟୋଜନ ଓ ତୀର୍ଥାଟନ ଉପରେ ବିଶେଷ ନଜର ରଖିବାକୁ ସତର୍କ କରିଛନ୍ତି।

ସାର୍ବଜନିକ ଆୟୋଜନରେ ଅଂଶଗ୍ରହଣ ଓ ତୀର୍ଥ ଯାତ୍ରାରେ ଯାଉଥିବା ଲୋକଙ୍କ ଗହଣରେ ଯେପରି କୋଭିଡ-୧୯ ସମ୍ପର୍କିତ ସାମାନ୍ୟ ଲକ୍ଷଣ ଥିବା ଲୋକେ ଯେପରି ନ ରହନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏହା ଛଡା ସମସ୍ତଙ୍କର ଟିକାକରଣ ହୋଇଥିବା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।  ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଗକୁ ବିଭିନ୍ନ ଉତ୍ସବ ଓ ଯାତ୍ରା ଲାଗି ଦେଶର ପୃଥକ ପୃଥକ ଅଞ୍ଚଳରେ ଭିଡ ବଢ଼ିପାରେ। ଏଣୁ ଏପରି ଆୟୋଜନ କୋଭିଡ-୧୯ ସମେତ ଅନ୍ୟ ସଂକ୍ରାମକ ରୋଗର ପ୍ରସାର ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

ସେହିପରି ଏପରି ଆୟୋଜନମାନଙ୍କରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ମୁତୟନ ସ୍ୱାସ୍ଥ୍ୟକର୍ମୀ, ଅଗ୍ରୀମ ପଙକ୍ତିର କର୍ମଚାରୀ ଓ ସ୍ୱୟଂ ସେବକ ଯେପରି କୋଭିଡ ସଂକ୍ରମିତ  ନଥାନ୍ତି ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି। ଏପରି ଲୋକେ ଯେପରି ଦୁଇଟି ଜାକ କୋଭିଡ ଟିକା ନେଇଥାନ୍ତି ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଏପରି କାର୍ଯ୍ୟକ୍ରମମାନଙ୍କରେ ଅଂଶଗ୍ରହଣ କରିବାକୁ ଯୋଜନା କରିଥିବା ବୟସ୍କ ଓ ଗୁରୁତର ବେମାରୀ( ମଧୁମେହ, ଉଚ୍ଚ ରକ୍ତଚାପ, ଫୁସଫୁସ ଜନିତ ରୋଗ, ଜକୃତ ଓ ପୁରୁଣା ରୋଗ ବେମାରୀ)ରେ ଆକ୍ରାନ୍ତ ଥିଲେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦିନକରେ ୧୧ହଜାର ୭୯୩ ନୂଆ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି ୪,୩୪,୧୮,୮୩୯କୁ ପହଞ୍ଚିଯାଇଛି। ସେହିପରି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୬ ହଜାର ୭୦୦କୁ ପହଞ୍ଚି ଯାଇଛି।

   Related Posts