ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଅନୁମୋଦନ, ଇ-ଯାନ ପଲିସି ଉପରେ ବାଜିଲା ମୋହର, ମିଳିବ ଏତିକି ରିହାତି

Published By : Prameya-News7 Bureau | August 27, 2021 IST

ଭୁବନେଶ୍ଵର ୨୭।୦୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିଛି। ବୈଠକରେ ୧୪ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ଇ-ଯାନ ପଲିସି ଉପରେ ମୋହର ବାଜିଛି। ଏଥିସହ ଭେଟେନାରୀ ସର୍ଭିସ୍ କ୍ୟାଡର ସଂଶୋଧନକୁ ମଞ୍ଜୁରୀ ମିଳିଛି।

ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଇ-ଯାନ ପଲିସି। ଇ-ଯାନ ପଲିସିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହାରି ଆଧାରରେ ଇଲେକ୍ଟ୍ରିଯାନ ବା ଇ-ଯାନ କିଣିଲେ ମିଳିବ ରିହାତି। ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରୀଙ୍କୁ ଏହାର ରିହାତି ଦିଆଯିବ। ଏଥିସହ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସରେ ମଧ୍ୟ ଛାଡ କରାଯିବ। ୨୦୨୫ ସୁଦ୍ଧା ସମସ୍ତ ଯାନ ଉପରେ ୨୦ ପ୍ରତିଶତ ଇ-ଯାନ ପାଇଁ ବ୍ୟବସ୍ଥା ରହିବାର ବ୍ୟବସ୍ଥା କରାଯାଇଛି।

ଏଥିସହ ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ୍ ମୋହର ବାଜିଛି। ଓଡିଶା ଭେଟେନାରୀ ସର୍ଭିସ୍ କ୍ୟାଡର ସଂଶୋଧନକୁ ମଞ୍ଜୁରୀ ମିଳିଛି। ଆଉ ୪୨୯ ପଦବୀ ବଢିବ ଏବଂ ଏହା ୧୪୮୧ରୁ ବଢି ୧୯୧୦ ହେବ। ଏଡେଡ୍ କଲେଜ ରିଟାୟାର ବେନିଫିଟ୍ ସ୍କିମକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦ ମିଳିଛି। କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରୋଭିଜିନାଲ ପେନସନ କରି ପାରିବେ। ସେହିପରି ଆଞ୍ଚଳିକ ନିର୍ଦ୍ଦେଶକ କଲେଜ୍ ଅଧ୍ୟକ୍ଷମାନଙ୍କ ପେନସନ କରି ପାରିବେ। ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ପଲିସି ଆସିବ। ଏହାକୁ ଦୃଷ୍ଟିରେ ରଖି ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.