୧୪% ଲୋକେ ଖାଇବାରେ ଛାଡି ଦେଇଛନ୍ତି ଟମାଟୋ, କେଜି ପିଛା ୧୫୦ ଟଙ୍କା ଦର ହେଲେବି କିଣୁଛନ୍ତି  ୪୬%

Published By : Prameya-News7 Bureau | July 15, 2023 IST

ନୂଆଦିଲ୍ଲୀ ୧୫।୭: ଗତ ୩ ସପ୍ତାହରେ ଦେଶର ବିଭିନ୍ନ ସହରରେ ଟମାଟୋ ଦର ଢେର ବଢିଛି। ଫଳରେ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ୍ ବିଗଡି ଯାଇଛି। ଏଥିରେ ଲୋକାଲ ସର୍କଲ ସର୍ଭେରେ ଟମାଟୋ ବିକ୍ରି ଓ ଏହାର ଖର୍ଚ୍ଚକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଏଥିରେ ଦେଶର ୪୬ ପ୍ରତିଶତ ପରିବାର ଏବେବି କେଜି ୧୫୦ ଟଙ୍କା ଦରରେ ଟମାଟୋ କିଣି ଖାଉଥିବା ଜଣାପଡିଛି। ଏଥିରେ ୧୪ ପ୍ରତିଶତ ଗ୍ରାହକ ଟମାଟରରୁ ନିଜକୁ ଦୂରେଇ ନେଇଥିବା ବେଳେ ୬୮ ପ୍ରତିଶତ ଲୋକେ ଟମାଟୋ କିଣୁଥିଲେ ବି ଖୁ୍ବ କମ୍‌ କ୍ରୟ କରୁଛନ୍ତି।

ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ଗତ ଜୁନ ୨୪ ତାରିଖରେ ଟମାଟୋ କେଜି ପିଛା ଦର ୨୦ରୁ ୩୦ ଟଙ୍କା ବଢି ୧୮୦ ଟଙ୍କାକୁ ପହଞ୍ଚି ଯାଇଥିଲା। ଏଥିରେ କିଛି ଖାସ କିସମର ଟମାଟୋ ଦର କେଜି ପିଛା ୨୨୦ ଟଙ୍କାକୁ ଛୁଇଁଥିଲା। କେରଳ ଓ ତାମିଲନାଡୁ ଭଳି ଦେଶର କିଛି ରାଜ୍ୟରେ ଏବେବି ଟମାଟୋ କେଜି ପିଛା ଦର ୧୮୦ଟଙ୍କାରୁ ଅଧିକରେ ବିକ୍ରି ହେଉଛି। ବିଶେଷ କିସମର ଟମାଟୋ ମୂଲ୍ୟ ମଧ୍ୟ ଢେର ଅଧିକ ରହୁଛି।

{"id":817448,"width":838,"height":471,"sizeSlug":"full","linkDestination":"none"}

କିଛି ବଜାରରେ ଦେଶୀ ଟମାଟୋ କେଜି ପିଛା ମୂଲ୍ୟ ୧୮୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶଙ୍କର ଓ ସବୁଜ କିସମ ଟମାଟୋ ଦର ସାମାନ୍ୟ ଶସ୍ତା ରହୁଛି। ଏଥିରେ କିଛି ଅନଲାଇନ ପ୍ଲାଟଫର୍ମ ସବୁଜ କିସମ ଓ ହାଇବ୍ରିଡ ଟମାଟୋ କେଜି ପିଛା ୧୫୦ରୁ ୧୮୦ ଟଙ୍କା ଦରରେ ବିକ୍ରି କରୁଛନ୍ତି। ତେବେ ଦେଶରେ ଟମାଟୋର ଉଚ୍ଚ ମୂଲ୍ୟକୁ ଦେଖି ଉପଭୋକ୍ତା  ବ୍ୟାପାର ମନ୍ତ୍ରାଳୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ) ସହ ମିଶି ଦିଲ୍ଲୀ ଓ ଏନସିଆରରେ ଶସ୍ତା ଦରରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଛନ୍ତି।

ବଜାରକୁ ଆସିଗଲା ଶସ୍ତା ଟମାଟର, ଦିଲ୍ଲୀ ଓ NCRରେ ଆରମ୍ଭ ହେଲା ବିକ୍ରି

ତେବେ ଟମାଟୋ କ୍ରୟ ଓ ଖର୍ଚ୍ଚ ନେଇ ହୋଇଥିବା ସର୍ଭେକ୍ଷଣରେ ଖାଉଟିମାନେ ଟମାଟୋ କ୍ରୟରେ କେଜି ପିଛା ୧୦୦ଟଙ୍କାରୁ ଅଧିକ ପୈଠ କରୁଥିବା କହିଛନ୍ତି। କେଜି ପିଛା ୧୦୦ଟଙ୍କାରୁ ଅଧିକ ଦର ଦେଇ ଟମାଟୋ କ୍ରୟ କରୁଥିବା ପରିବାରଙ୍କ ପ୍ରତିଶତ ଜୁନ ୨୭ ତାରିଖ ବେଳକୁ ୧୮ ପ୍ରତିଶତ ଥିଲା। ତେବେ ଜୁଲାଇ ୧୪ ବେଳକୁ ଏହା ବଢି ୮୭ ପ୍ରତିଶତ ହୋଇଯାଇଛି। ଅର୍ଥାତ ଦରବୃଦ୍ଧି ସତ୍ତ୍ୱେ ଲୋକେ ପରିବାରେ ଟମାଟୋ କ୍ରୟ କରୁଛନ୍ତି।

{"id":817449,"sizeSlug":"full","linkDestination":"none"}

ଏଥିରେ ୬୮ ପ୍ରତିଶତ ଲୋକେ ଖାଦ୍ୟରେ ଟମାଟୋ ଉପଯୋଗ ହ୍ରାସ କରିଥିବା କହିଥିବା ବେଳେ ୧୪ ପ୍ରତିଶତ ପରିବାର ସହ ଟମାଟୋ ଆଦୌ କିଣୁନଥିବା କହିଛନ୍ତି। ତଥ୍ୟରୁ ଯାହା ଜଣାପଡୁଛି ସେଥିରେ ୧୬ ପ୍ରତିଶତ ପରିବାରଙ୍କ ଟମାଟୋ କ୍ରୟ ଏବେବି ସ୍ୱଭାବିକ ଅଛି ଯେତେବେଳେ କେଜି ପିଛା ଦର ୧୫୦ରୁ ବି ଅଧିକ ରହୁଛି। ୩୩ ପ୍ରତିଶତଙ୍କ ଟମାଟୋ ଉପଯୋଗ ସାମାନ୍ତ ହ୍ରାସ ହୋଇଥିବା ବେଳେ ୩୫ ପ୍ରତିଶତ ଉପଯୋଗ ହ୍ରାସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.