ଅଭାବନୀୟ ଘଟଣା : ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ୍, ୧୪ ମୃତ, ୫ ଆହତ

Published By : Prameya-News7 Bureau | May 08, 2020 IST

ଔରଙ୍ଗାବାଦ ୮|୫ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ମାଲବାହୀ ଟ୍ରେନ୍ ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଧାରଣା ଉପରେ ଧକ୍କା ଦେଇଛି । ଔରଙ୍ଗାବାଦର ଜଲନା ରେଳ ଲାଇନ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଶ୍ରମିକ ଆହତ ହୋଇଥିବା କୁହାଯାଉଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମିନିଟ୍ ସମୟରେ ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଛି ।

ଏହି ସମସ୍ତ ପ୍ରବାସୀ ଶ୍ରମିମ ନିଜ ଘରକୁ ଛତିଶଗଡକୁ ଯାଉଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଦକ୍ଷିଣ କେନ୍ଦ୍ରୀୟ ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଔରଙ୍ଗାବାଦର କରମାଡ ନିକଟରେ ଏକ ଦୁର୍ଘଟଣା ଘଟିଛି । ଯେଉଁଠାରେ ମାଲବାହୀ ଟ୍ରେନର ଏକ ଖାଲି କୋଚ୍ କିଛି ଲୋକଙ୍କ ଉପରେ ମାଡିଯାଇଛି। ଘଟଣାସ୍ଥଳରେ ଆରପିଏଫ୍ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.