ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

Published By : Prameya-News7 Bureau | November 11, 2023 IST

କେନ୍ଦ୍ରାପଡା ୧୧।୧୧: ଦକ୍ଷିଣ ଆଫ୍ରିକା ଗାବନରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ପାଇଁ ନିବେଦନ କଲେ । ଦକ୍ଷିଣ ଆଫ୍ରିକାର ଗାବନରେ ନିର୍ଯାତିତ ଏହି ୧୪ ଜଣ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ପରିବାର ପୋଷଣ ପାଇଁ ଯାଇଥିବା ଏହି ୧୪ ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକର ଜୟନଗର, କୋଇଲିପୁର ଓ ତୈଲକ୍ୟପୁର ପଂଚାୟତର ୧୪ ଜଣ ଶ୍ରମିକ ସେଠାରେ ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ । ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ବେଳେ ଖାଇବା ପିଇବାକୁ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ୪ ମାସ ହେଲା କମ୍ପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହିଛନ୍ତି । କେବଳ ସେତିକି ନୁହେଁ, ଭୋକ ଉପାସରେ ରହିବା ସହ ସେମାନଙ୍କୁ ଔଷଧ ମଧ୍ୟ ମିଳୁନି । ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଭିଡ଼ିଓ ମାଧ୍ୟମରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/stolen-ashtadhatu-idol-of-goddess-kotrakshi-returned-to-the-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/stolen-ashtadhatu-idol-of-goddess-kotrakshi-returned-to-the-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.