oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସରକାରଙ୍କ ପ୍ରୟାସ: ରାଜ୍ୟରୁ ଉଡ଼ାଣ ଭରିବ ୧୪ଟି ନୂଆ ଫ୍ଲାଇଟ୍

22/01/2020 at 10:31 PM

ଭୁବନେଶ୍ବର୨୨/୧: ଆନ୍ତର୍ଜାତୀୟ ବିମାନ ସେବା ଓ ଚଳାଚଳ ବୃଦ୍ଧି କରିବାକୁ ସରକାର ଆରମ୍ଭ କଲେ ପ୍ରୟାସ। ୨୧ ଏୟାର ଲାଇନ୍ ଅପରେଟରଙ୍କୁ ଡାକି କାନରେ ମନ୍ତ୍ର ଫୁଙ୍କିଛନ୍ତି । ସିଙ୍ଗାପୁର, ହଂକଂ, ଆବୁଧାବି ଏବଂ ଦୁବାଇକୁ ବିମାନସେବା ଆରମ୍ଭ ଉପରେ ଫୋକସ୍ ରଖିଛନ୍ତି ସରକାର ।

ଏହା ସହିତ ଦେଶ ଭିତରେ ନୂଆ ରୁଟ୍ ରେ ବିମାନସେବା ଆରମ୍ଭ କଲେ କମ୍ପାନୀଗୁଡ଼ିକୁ ୧ ପ୍ରତିଶତ ଭାଟ୍ ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି । ଏପେଟ ରାଜ୍ୟରୁ ୧୪ଟି ନୂଆ ବିମାନ ଉଡ଼ାଣ ରୂପରେଖ ଚୂଡ଼ାନ୍ତ ହେବ । ରାଜ୍ୟରୁ ଉଡ଼ାଣ ଭରିବ ୧୪ଟି ନୂଆ ଫ୍ଲାଇଟ୍। ଝାରସୁଗୁଡ଼ା ଓ ରାଉରକେଲା ଅନ୍ୟ ସହର ସହ ଯୋଡ଼ିହେବ।ଭୁବନେଶ୍ବରରୁ ବ୍ୟାଙ୍କକ୍, ସିଙ୍ଗାପୁର ଓ ଆବୁଧାବିକୁ ଫ୍ଲାଇଟ୍। ରାଜ୍ୟରେ ବିମାନ ଯାତ୍ରୀ ସଂଖ୍ୟା ୨୯ ପ୍ରତିଶତ ବୃଦ୍ଧି। ମୁଖ୍ୟମନ୍ତ୍ରୀଙ୍କ ସହ ବିମାନ କମ୍ପାନୀଙ୍କର ଉଚ୍ଚସ୍ତରୀୟ ବୈଠକ।

ବଢ଼ୁଛି ଓଡିଶା କିନ୍ତୁ ବଢ଼ୁନି ବିମାନସେବା । ଟୁରିଷ୍ଟ ଠାରୁ ଖଣି, ଶିଳ୍ପ କ୍ଷେତ୍ରରେ ଓଡିଶା ଅଗ୍ରଗତି କରୁଛି। କିନ୍ତୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ଘୋଷଣା କରାଯିବା ପରେ ମାତ୍ର ଗୋଟିଏ ଇଣ୍ଟରନ୍ୟାସନାଲ ଫ୍ଲାଇଟ ଚାଲୁଛି । ଏପର୍ଯ୍ୟନ୍ତ ସିଙ୍ଗାପୁର, ହଂକଂ, ଆବୁଧାବି ଓ ଦୁବାଇ କୁ ଉଡିପାରିନି ବିମାନ। ଯାହାକୁ ଫୋକସରେ ରଖି ଭାରତ ସରାକାରଙ୍କ ମିଳିତ ଉଦ୍ୟମରେ ଆଜି ମୁଖ୍ୟମନ୍ତ୍ରୀ ୨୧ ଟି ବିମାନ କମ୍ପାନୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏହି ସବୁ ସହରକୁ ଓଡିଶାରୁ ବିମାନ ସେବା ଯୋଗାଇ ଦେବା ପାଇଁ  ଆଗେଇ ଆସିବାକୁ  ମୁଖ୍ୟମନ୍ତ୍ରୀ ବିମାନ କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି ।  ଏଥିପାଇଁ ତେଲ ଉପରେ ଭାଟ ଛାଡ ସହିତ ଆନୁସଙ୍ଗିକ ସୁବିଧା ଯୋଗେଇ ଦେବାକୁ ଘୋଷଣା କରିଛନ୍ତି  ରାଜ୍ୟ ସରକାର।

ରାଜ୍ୟର ଝାରସୁଗୁଡ଼ା, ରାଉରକେଲାକୁ ଦେଶର ଅନ୍ୟ ସହର ସହିତ ଯୋଡ଼ାଯିବ। ସେହିପରି ଭୁବନେଶ୍ବରରୁ ବ୍ୟାଙ୍ଗଙ୍କକ, ସିଙ୍ଗାପୁର, ଆବୁଧାବିକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ କରିବ। ଏପଟେ ଦେଶରେ ବିମାନଯାତ୍ରୀ ସଂଖ୍ୟାରେ ୧୭ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ୨୯ ପ୍ରତିଶତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ବିମାନ କମ୍ପାନିଗୁଡ଼ିକ ଖୁବ ଆଶାବାଦୀ ଅଛନ୍ତି। ବିମାନ କମ୍ପାନୀଗୁଡ଼ିକ ଦେଇଥିବା ପ୍ରସ୍ତାବ ଆନୁସାରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବେ। ଯେମିତିକି ଆଗକୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ହେବ ଏବଂ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବେ।

   Related Posts