ଭୁବନେଶ୍ୱର, ୧୩।୦୭: ସୋମବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
ଚିହ୍ନଟ ସଂକ୍ରମିତମାନେ ହେଲେ କାନନ ବିହାର ଫେଜ-୨ର ଜଣେ ୭୫ ବର୍ଷୀୟା ମହିଳା, ବମିଖାଲର ୪୦ ବର୍ଷୀୟ ବ୍ୟକ୍ତି. ନୟାପଲ୍ଲୀର ୩୦ ବର୍ଷୀୟ ଯୁବକ, ଆଇଆରସି ଭିଲେଜ ଏନ-୩ର ୫୬ ବର୍ଷୀୟ ବ୍ୟକ୍ତି, ଗଙ୍ଗନଗରର ୪୪ ବର୍ଷୀୟ ମହିଳା, ୟୁନିନ-୮ର ଜଣେ ୬୦ ବର୍ଷୀୟ ସରକାରୀ ଅଫିସର ଡ୍ରାଇଭର । ଆହୁରି ମଧ୍ୟ ୟୁନିଟ-୮ର ଜଣେ ୧ ବର୍ଷର ଶିଶୁ, ୨୨ ବର୍ଷର ଯୁବକ, ପାତ୍ରପଡାର ୨୪ ବର୍ଷୀୟା ଯୁବତୀ ଓ ଏକ ଘରୋଇ ମେଡିକାଲର ୨୪ ବର୍ଷୀୟା ଯୁବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।
wp:html/wp:htmlUpdate on newly detected & cured #COVID19 cases in the last 24 hrs under the BMC area on 13th July 2020(till 9am).
— BMC (@bmcbbsr) July 13, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/O4B0wbBlR4
ରାଜଧାନୀରେ ଏବେସୁଦ୍ଧା ୭୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୩୫୩ଟି ସକ୍ରିୟ କେସ୍ ରହିଛି । ଏହାସହ ୮ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।