୧୪ ଲେନ ବିଶିଷ୍ଟ ନୂଆଦିଲ୍ଲୀ-ମିରଟ ଏକ୍ସପ୍ରେସ ୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 27, 2018 IST

ଦିଲ୍ଲୀ ମୀରଟ ଏକ୍ସପ୍ରେସ ୱେର ପ୍ରଥମ ପର୍ଯ୍ୟାୟ କାମକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଉଦଘାଟନ କରିଛନ୍ତି । ୧୪ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସୱେକୁ ୮୪୧କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି। ଏକ୍ସପ୍ରେସ ୱେକୁ ଉଦଘାଟନ କରିବାପୂର୍ବରୁ ମୋଦି ରୋଡ ସୋ କରିଥିଲେ।ମୋଦିଙ୍କ ରୋଡ ସୋ ନିଜାମୁଦ୍ଦିନ ବ୍ରିଜରୁ ଆରମ୍ଭ ହୋଇଥିଲା। ମୋଦିଙ୍କ ରୋଡ ସୋରେ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଦକରି ମଧ୍ୟ ସାମିଲ ହୋଇଥିଲେ। ୧୪ ଲେନ ବିଶିଷ୍ଚ ହାଇୱେ ସହିତ ଏଠାରେ ଅଢେଇ କିଲୋମିଟରର ସାଇକେଲ ଟ୍ରାକର ମଧ୍ୟ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ମୀରଟ ଏକ୍କପ୍ରେସ ୱେର ନିର୍ମାଣ ଶେଷ ହେଲେ ଦିଲ୍ଲୀକୁ ମୀରଟ ଦୂରତା ମାତ୍ର ୪୫ ମିନିଟ ଲାଗିବ।ଏବେ ଏହି ଦୂରତାକୁ ଅତିକ୍ରମ କରିବାକୁ ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗୁଛି। ଦିଲ୍ଲୀ ମୀରଟ ଏକ୍ସପ୍ରେସ ୱେକୁ ସୌର ଶକ୍ତିରେ ଆଲୋକିତ କରାଯିବ। ଏଥସହିତ ହାଇୱେର ପ୍ରତି ୫୦୦ ମିଟରରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.