ଲକଡାଉନ୍ ବେଳେ ବସରେ ବୁଲୁଥିଲେ ଜାପାନୀ ପର୍ଯ୍ୟଟକ, ଦିଲ୍ଲୀ-ଗାଜିଆବାଦ ସୀମାରେ ଅଟକ ରଖିଲା ପୋଲିସ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ, ୨୭|୦୩:   କରୋନାକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଲୋକମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଅନେକ ଏହି ପରାମର୍ଶକୁ ମାନୁ ନାହାଁନ୍ତି । ଏପରି ଏକ ମାମଲା ଶୁକ୍ରବାର ଦିଲ୍ଲୀ-ଗାଜିଆବାଦ ସୀମାରେ ଦେଖିବାକୁ ମିଳିଛି । ପୋଲିସ ଦିଲ୍ଲୀ ଆସୁଥିବା ଏକ ଟୁରିଷ୍ଟ ବସକୁ ଅଟକାଇଛି । ଏହି ବସରେ ୧୪ ଜଣ ଜାପାନ ନାଗରିକ ଥିଲେ ।

{"id":244778,"width":747,"height":559,"sizeSlug":"large"}

ବସ ଡ୍ରାଇଭର ଦେବେନ୍ଦ୍ର ନେଗୀ କହିଛନ୍ତି ଯେ, ସେ ସମସ୍ତ ପର୍ଯ୍ୟଟକଙ୍କୁ ଋଷିକେଶରୁ ବସରେ ବସାଇଥିଲେ ଓ ପହାଡଗଞ୍ଜରେ ଛାଡିବାକୁ କହିଥିଲେ । ତେବେ ସେମାନଙ୍କର କରୋନା ଟେଷ୍ଟ କରାଯାଇଛି ନା ନାହିଁ ତାହା ସେ ଜାଣି ନାହାଁନ୍ତି । ବର୍ତ୍ତମାନ ପୋଲିସ ୟୁପି-ଦିଲ୍ଲୀ ସୀମାରେ ବସକୁ ଅଟକ ରଖିବା ସହ ପଚରାଉଚରା କରୁଛି ।

ଏହି ଜାପାନ ପର୍ଯ୍ୟଟକଙ୍କର ମେଡିକାଲ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । ସେମାନେ ଭାରତ କେବେ ଆସିଲେ ସେ ବାବଦରେ ପଚରାଯିବ । ଯଦି ସେମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ବସ ଡ୍ରାଇଭରଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.