ଦୁବାଇରୁ ସ୍ବଦେଶ ଫେରିଲେ ୧୪ ଭାରତୀୟ ନାବିକ, ୧୦ ମାସ ହେଲା ୟେମେନରେ ଥିଲେ ଅଟକ

Published By : Prameya-News7 Bureau | December 07, 2020 IST

ଦୁବାଇ ୦୭/୧୨: ୧୦ ମାସ ୟେମେନ୍‌ରେ ଅଟକ ରହିବା ପରେ ସ୍ବଦେଶ ଫେରିଛନ୍ତି ୧୪ ଭାରତୀୟ ନାବିକ। ଚଳିତ ବର୍ଷ ଫେବୃଆରୀ  ଗଲ୍ଫ ଅଫ ଆଡେନ୍‌ରେ ଜାହଜ ବୁଡ଼ିଯିବା ପରେ ସେମାନଙ୍କୁ ହାଉଥି ଅଧିକାରୀ ଅଟକ ରଖିଥିଲେ। ରବିବାର ଦିନ ସେମାନେ ଦୁବାଇରୁ ଭାରତ ଫେରିଥିବା ଜଣାପଡ଼ିଛି। ଏନେଇ ଜିବୋତିର ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି।

ଜାହଜ ବୁଡ଼ିଯିବା ପରେ ଭାରତୀୟ ନାବିକମାନଙ୍କ ପାସପୋର୍ଟ ସମେତ ଅନ୍ୟ କାଗଜପତ୍ର ହଜିଯାଇଥିଲା। ସେପଟେ ହାଉଥି ଅଧିକାରୀ ସେମାନଙ୍କୁ ଅଟକ ରଖିଥିବା ଜାଣିବା ପରେ ଭାରତୀୟ ସୂତାବାସ ପକ୍ଷରୁ ତ୍ବରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଖାଦ୍ୟ ପାନୀୟ ଦେବାକୁ ଦୂତାବାସ  ଅନୁରୋଧ କରିଥିଲା ବୋଲି ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ୧୪ ଭାରତୀୟ ନାବିକ ହେଉଛନ୍ତି, ମୋହନରାଜ ଥାନିଗାଚଲମ, ଓ୍ବିଲିୟମ୍‌ ନିକାମଦେନ, ଅହମଦ ଅବଦୁଲ, ଫାଇରୁଜ୍‌ ନାସାରୁଦ୍ଦିନ ଜାରି, ସନ୍ଦିପ ବାଲୁ ଲୋହାର, ନିଲେଶ ଧନରାଜ ଲୋହାର, ହିରୋନ ଏକକେ, ଦାଉଦ ଜିଭାରକ, ଚେତନ ହାରି, ତନ୍ମୟ ରାଜେନ୍ଦ୍ର, ସଞ୍ଜିବ କୁମାର, ମଣିରାଜ ମାରିୟାପ୍ପାନ, ପ୍ରବୀନ ଓ ଅବଦୁଲ ମୁସ୍ତାବା। ତେବେ ସେମାନଙ୍କୁ ଶନିବାର ରାତିରେ ଦୁବାଇରୁ ମୁମ୍ବାଇ ବିମାନରେ ପଠାଯାଇଥିବା କହିଛନ୍ତି ଜିଏମବିଏଫ୍‌ର ଚନ୍ଦ୍ରଶେଖର ଭାଟିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.