scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଜ ହାତକୁ କାଟି ପକାଉଛନ୍ତି ସ୍କୁଲ୍‌ ଛାତ୍ରୀ: ଆଶ୍ଚର୍ଯ୍ୟ ବାପାମା ଓ ସ୍କୁଲ କର୍ତ୍ତୃପକ୍ଷ, କିଛି ବୁଝିପାରୁ ନାହିଁ ପୁଲିସ

21/09/2023 at 9:08 PM

14 girl students indulge in self-harm in karnatka

ବେଙ୍ଗାଲୁରୁ: କର୍ଣ୍ଣାଟକର ଡାଣ୍ଡେଲି ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଆଶ୍ଚର୍ଯ୍ୟକର ଘଟଣା। ନିଜକୁ ନଜେ କ୍ଷତି ପହଞ୍ଚାଉଛନ୍ତି ନବମ ଓ ଦଶମ ଶ୍ରେଣୀର ଛାତ୍ରୀ। ପ୍ରାୟ ୧୪ ଜଣ ଛାତ୍ରୀଙ୍କ ରିଷ୍ଟ ଉପରକୁ ବ୍ଲେଡ୍‌ରେ କଟା ଦାଗି ଦେଖିବାକୁ ମିଳିଛି। ଛାତ୍ରୀମାନେ ଦାଢ଼ିକଟା ରେଜରରେ ନିଜ ହାତକୁ କାଟି ପକାଉଛନ୍ତି।

ଜ’ଣ ଜଣଙ୍କ ହାତରେ ୧୪ ରୁ ୧୫ଟି କଟାଦାଗ ଦେଖିବାକୁ ମିଳିଛି। ଏସବୁ ଦେଖିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କ ବାପାମା ନିଜେ ଆଶ୍ଚର୍ଯ୍ୟ। କାହିଁକି ଛାତ୍ରୀମାନେ ଏପରି କରେ ନା ବାପାମାଙ୍କୁ କହୁଛନ୍ତି ନା ସ୍କୁଲ କର୍ତ୍ତୃପକ୍ଷ ଏହାର ଟେର୍ ପାଉଛନ୍ତି।

ତେବେ ୧୪ ଜଣ ଛାତ୍ରୀଙ୍କର ଏଭଳି କାର୍‌ନାମା ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷ କାଳ ବିଳମ୍ବ ନ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ପିଲାଙ୍କ ବାପା ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲା। ନବମ ଓ ଦଶମ ଶ୍ରେଣୀରେ ଛାତ୍ରୀମାନେ ଏଭଳି କାଣ୍ଡ ଘଟାଇଥିଲେ। ପୁଲିସ ପଚାରିଲା ବେଳକୁ ଛାତ୍ରୀମାନେ ଯେଉଁ କଥା କହୁଛନ୍ତି ସେଥିରେ ନା ପୁଲିସ ବିଶ୍ୱାସ କରୁଛି ନା ବାପାମା ଓ ସ୍କୁଲ୍ କର୍ତ୍ତୃପକ୍ଷ।

ପଢ଼ନ୍ତୁ-ମଣିପୁରରେ ୩ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ, ପୁଣି କଡ଼ାକଡି ହେଲା କର୍ଫ୍ୟୁ

ଜଣେ ଛାତ୍ରୀ ଘଟଣା ସମ୍ପର୍କରେ ପୁଲିସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାପାମା ଗାଳି କଲେ ବୋଲି ମୁଁ ହାତ କାଟି ଦେଲି। ସେହିପରି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି ମୋ ସାଙ୍ଗ ମୋ ସହ କଥା ହେଉ ନଥିବାରୁ ମୁଁ ହାତ କାଟି ଦେଇଥିଲି। ସ୍କୁଲ୍‌କୁ ଅନେକ ଏସ୍‌ପି ଡିଏସ୍‌ପି ଯାଇ ତଦନ୍ତ କରୁଥିଲେ ବି କାରଣ ଜଣାପଡ଼ି ନାହିଁ। ମାମଲାର ତଦନ୍ତ ଜାରି ରହିଛି।

   Related Posts