suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଁରୁ ଉଦ୍ଧାର ହେଲା ୧୪ ଫୁଟ୍ ଲମ୍ବର କିଙ୍ଗ କୋବ୍ରା : ସୋଶିଆଲ ମିଡିଆରେ ଫଟୋ ଭାଇରାଲ

8/07/2019 at 2:18 PM

ନାଗୌନ ୮/୭ : ଆସାମ ନାଗୌନ ଜିଲ୍ଲା ଜେଜୁରୀ ସ୍ଥିତ ଚା ବଗିଚାରୁ ଏକ ୧୪ ଫୁଟ୍ ଲମ୍ବର କିଙ୍ଗ କୋବ୍ରା ଉଦ୍ଦାର ହୋଇଛି । କୋବ୍ରାକୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ସୁବାଂଗ ଅଭୟାରଣ୍ୟରେ ଛାଡି ଦିଆଯାଇଛି । ୧୪ ଫୁଟ୍ ଲମ୍ବ କିଙ୍ଗ କୋବ୍ରାର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋ ଭାଇରାଲ ହେବା ପରେ ଲୋକେ ନାନା ମତ ଦେଉଛନ୍ତି ।

ଘଟଣା ଜୁଲାଇ ୫ ତାରିଖର । ଜେଜୁରୀ ଚା ବଗିଚାରେ ଏକ ବିରାଟକାୟ ସାପ ଦେଖିଲା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଗ୍ରାମବାସୀ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ । ସୂଚନାପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର ସମୟରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିଲା । ଲୋକେ ନିଜ ନିଜ ମୋବାଇଲରେ କୋବ୍ରାର ଫଟୋ ଉଠାଇଥିଲେ । ପରେ ଲୋକେ ଏହି ଫଟୋକୁ ସୋଶିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ଦେଖି କେହି ଏହାକୁ ଭୟଙ୍କର କହିଥିଲେ ତ ଆଉ କିଏ ଏହାକୁ ଅତି ସୁନ୍ଦର ବୋଲି କହିଥିଲେ ।

ଉଦ୍ଧାରକାରୀ ଦଳ ସାପକୁ ଉଦ୍ଧାର କରି ବନବିଭାଗକୁ ସୂଚନା ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ନେଇ ସୁବାଂଗ ଅଭୟାରଣ୍ୟରେ ଛାଡି ଦେଇଥିଲେ ।

ଗାଁ ଲୋକଙ୍କ କହିବାନୁଯାୟୀ, ଏହି କୋବ୍ରାର ଏକ ବିଶେଷତ୍ୱ ରହିଛି । ଏହି କୋବ୍ରା ସବୁବେଳେ ଶତ୍ରୁଙ୍କୁ ଡରାଇବାକୁ ଚେଷ୍ଟା କରିଥାଏ । ଶତ୍ରୁକୁ ଦେଖିବା ମାତ୍ରେ ସାପ ଆକ୍ରମଣ କରିଥାଏ । ଏହି ପ୍ରଜାତିର କିଙ୍ଗ କୋବ୍ରା ଦକ୍ଷିଣ ଭାରତ ଜଙ୍ଗଲରେ ହିଁ ଦେଖିବାକୁ ମିଳିଥାଏ ।  

   Related Posts