କୋଣାର୍କ: ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଶୁକ୍ରବାର ଏହି ମହୋତ୍ସବର ଶୁଭ ଉଦ୍ଘାଟନ ପରେ ଆଜି ଥିଲା ଏହି ମହୋତ୍ସବର ତୃତୀୟ ଦିନ। ତୃତୀୟ ଦିନରେ ପହଁଚିଛି ୧୩ ତମ ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ। ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ମୋଟ ୩୫ ଜଣ ବାଲୁକା ଶିଳ୍ପୀ ନିଜ ନିଜର ଟିମ ସହ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ସ୍ତରରୁ ମୋଟ ୬ ଟି ଦେଶ ଅଷ୍ଟ୍ରେଲିଆ, କେଚ ରିପବ୍ଲିକ, ଶ୍ରୀଲଙ୍କା, ରୁଷିଆ, ବେଲାରୁସ, ୟୁ.ଏସ.ଏ ଏଥିରେ ଅଂଶ ଗ୍ରହଣ କରିଥିଲେ।
ଜାତୀୟ ସ୍ତରରୁ ୬ ଟି ରାଜ୍ୟ ବିହାର, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁ ରୁ ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜ୍ୟ ର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ।ତୃତୀୟ ଦିନର ବିଷୟ ରହିଥିଲା ମହିଳା ଶସକ୍ତିକରଣ। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମି ରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।
{"id":878296,"sizeSlug":"full","linkDestination":"none"}ଅନ୍ୟ ପକ୍ଷରେ ତୃତୀୟ ସନ୍ଧ୍ୟା ରେ ଉଦଘାଟନ ହୋଇଥିଲା ୩୪ ତମ କୋଣାର୍କ ମହୋତ୍ସବ । ଯାହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରୀଷ୍ଣନନ, ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଅନ୍ୟ ଅତିଥି ମାନେ। ତୃତୀୟ ସନ୍ଧ୍ୟା ର ପ୍ରଥମ ଉପସ୍ଥାପନରେ ରୋଜାଲିନୀ ମହାପାତ୍ର ଓ ଦେବଦାସୀ ଅନୁଷ୍ଠାନର ଶିଳ୍ପୀ ମାନେ "ସରସ୍ୱତୀ ବନ୍ଦନା" ଉପସ୍ଥାପନା କରିଥିଲେ ।
ପରେ ପରେ 'ଜନସମ୍ମୋହିନୀପଲ୍ଲବୀ" ଓ ନୁତ୍ୟଭିନୟ "ଯୁଗେଯୁଗେ ଜଗନ୍ନାଥ" ପରିବେଷଣ କରିଥିଲେ ଦେବଦାସୀ ର ଶିଳ୍ପୀ ମାନେ ।ସତ୍ୟ,ତ୍ରେତୟା ଓ କଳିଯୁଗରେ ଶ୍ରୀ ଜଗନ୍ନାଥ ଙ୍କ ଅଧର୍ମ ଉପରେ ଧର୍ମ ର ଜୟ କୁ ନେଇ ଅତି ଚମତ୍କାର ନୁତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ବିତୀୟ ଚରଣରେ ସତ୍ରିୟ ନୃତ୍ୟ ଶିଳ୍ପୀ ଅନ୍ବେଷା ମହାନ୍ତି ଓ ସାଥିଙ୍କ ଉପସ୍ଥାପନରେ ଭକ୍ତି ଦର୍ଶନ ଆଧାରିତ "ପରମ ଲୀଳା" ର ପରିବେଷଣ ଦର୍ଶକଙ୍କୁ ଭାବ ଓ ଭକ୍ତିରେ ଲୀନ କରିଥିଲା। ପ୍ରକୃତି ଓ ପୁରୁଷର ମିଳିତ ତତ୍ତ୍ୱକୁ ଭାକ୍ତିକ ଆବେଦନରେ ତୋଳି ଧରିଥିଲେ କଳ୍ପ ବୃକ୍ଷ ନୃତ୍ୟାନୁଷ୍ଠାନ ର ଶିଳ୍ପୀ ମାନେ। ଆଚାର୍ଯ୍ୟ ଶ୍ରୀମନ୍ତ ଶଙ୍କର ଦେବଙ୍କ ସଂରଞ୍ଚିତ ଶ୍ରୀ ଜଗନ୍ନାଥ ବନ୍ଦନା ଓ ଶୁଦ୍ଧ ନୃତ୍ୟ ଚାଲି ରାମଦାନୀ ର ନିଖୁଣ ପ୍ରକାଶରେ ସତ୍ରିୟ ନୃତ୍ୟର ଶାସ୍ତ୍ରୀୟତା ଓ ଭକ୍ତି ତତ୍ତ୍ୱ କୁ ବଖାଣି ଥିଲେ ଶିଳ୍ପୀ ଗଣ।
{"id":878297,"sizeSlug":"full","linkDestination":"none"}ଏହି ମହୋତ୍ସବ ଡିସେମ୍ବର ୧ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଜାରି ରହିବାକୁ ଥିବାରୁ ଆସନ୍ତା ୨ ଦିନ ମଧ୍ୟ ପର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି। କାର୍ଯ୍ୟକ୍ରମ କୁ ସଫଳ ଭାବେ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।