suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କେଉଁ ଫର୍ମୁଲାରେ ନବୀନ ବାଛିଲେ ତାଙ୍କ ମନ୍ତ୍ରୀମଣ୍ଡଳ ? ୧୩ ଜିଲ୍ଲାରୁ ମନ୍ତ୍ରୀ ନାହାନ୍ତି, ବହୁ ବରିଷ୍ଠ ହେଲେ ନିରାଶ

29/05/2019 at 6:28 PM

ଭୁବନେଶ୍ବର୨୯|୫: ଏତେବଡ଼ ଶପଥ ଗ୍ରହଣ ଉତ୍ସବ ହେଲା। ନବୀନ ପଞ୍ଚମ ପାଳି ଆରମ୍ଭ କଲେ। କିନ୍ତୁ ଅନେକ ବି ନିରାଶ ହୋଇଛନ୍ତି। କାହିଁକି ନିରାଶ ହୋଇଛନ୍ତି। କେଉଁମାନେ ନିରାଶ ହୋଇଛନ୍ତି ଦେଖନ୍ତୁ ଏହି ରିପୋର୍ଟ।

ନବୀନଙ୍କ ପଞ୍ଚମ ପାଳିର ମନ୍ତିମଣ୍ଡଳରେ ୧୭ ଜିଲ୍ଲାରୁ ପ୍ରତିନିଧିତ୍ବ ମିଳିଥିବା ବେଳେ ୧୩ ଜିଲ୍ଲା ନିରାଶ ହୋଇଛି। ଯେତେବେଳେ କି ୩ ଜିଲ୍ଲାରେ ଏକାଧିକ ପ୍ରତିନିଧି ସ୍ଥାନ ପାଇଛନ୍ତି।   ସୋନପୁର, କଟକ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି।  ସୋନପୁରରୁ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ସମୀର ଦାସ ଓ ତୁଷାର କାନ୍ତି ବେହେରାଙ୍କୁ ସ୍ଥାନ ମିଳିଛି ।  କଟକ ଜିଲ୍ଲାରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେପଟେ କିନ୍ତୁ ୧୩ ଜିଲ୍ଲା ଖାଲି ପଡ଼ିଲା। ୧୩ ଜିଲ୍ଲାରୁ କେହି ବି ମନ୍ତ୍ରି ମଣ୍ଡଳରେ ଏଣ୍ଟ୍ରି କରିପାରିନାହାନ୍ତି।  ଏସବୁ ଜିଲ୍ଲା ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ,ଗଜପତି, ବୌଦ୍ଧ ନବରଙ୍ଗପୁର, ନୂଆ ପଡ଼ା ଓ ମାଲକାନଗିରି।

ସେପଟେ ମନ୍ତ୍ରୀ ହେବା ଲାଗି ପୂର୍ବରୁ ଆଶା ବାନ୍ଧି ବସିଥିଲେ ବହୁ ବରିଷ୍ଠ। ଏମାନଙ୍କ ମଧ୍ୟରୁ କିଛି ନବୀନଙ୍କୁ ପୂର୍ବ ମନ୍ତ୍ରିମଣ୍ଡଳରେ ସାମିଲ ବି ହୋଇଥିଲେ। ଆଉ ଏଥର ସେମାନଙ୍କ ସ୍ଥାନ ପକ୍କା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏଭଳି କିଛି ବରିଷ୍ଠଙ୍କୁ ଏଥିରେ ସ୍ଥାନ ମିଳିନାହିଁ। ଏମାନଙ୍କ ମଧ୍ୟରେ ଅନନ୍ତ ଦାସ, ବଦ୍ରିନାରାୟ ପାତ୍ର, ପ୍ରଫୁଲ୍ଲ ସାମଲ , ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଶଶୀଭୂଷଣ ବେହେରା, ଚନ୍ଦ୍ର ସାରଥୀ ବେହେରା, ଦେବୀ ମିଶ୍ର, ଅରବିନ୍ଦ ଢାଲି, ପ୍ରଦୀପ ମହାରଥୀ, ପ୍ରଦୀପ ଅମାତ, ପ୍ରଦୀପ ପାଣିଗ୍ରାହୀ, ଉଷାଦେବୀ, ସ୍ନେହାଙ୍ଗିନୀ ଛୁରିଆ, ନୃସିଂହ ସାହୁ, ରଜନୀକାନ୍ତ ସିଂ, ଶାରଦା ନାୟକ, ସୁବ୍ରତ ତରାଇ, ଅମର ଶତପଥୀ ଓ ବିଷ୍ଣୁ ଦାସ। ବିଶେଷ କରି ଶଶୀଭୂଷଣ ବେହେରା ଏବଂ ପ୍ରଦୀପ ଅମାତ ପୂର୍ବ ସରକାରରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଥିବା ବେଳେ ନିର୍ବିବାଦୀୟ ମଧ୍ୟ ଥିଲେ। ଏହା ସତ୍ତ୍ବେ ଏମାନେ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି।

ତେବେ ଯଦି ମନ୍ତ୍ରିମଣ୍ଡଳ ଲୋକସଭା ନିର୍ବାଚନମଣ୍ଡଳୀ ଆଧାରରେ ଚୟନ କରାଯାଇଥାଏ ତେବେ ବାଲେଶ୍ବର, ଯାଜପୁର, ସମ୍ବଲପୁର ବ୍ରହ୍ମପୁର, ଲୋକସଭା ନିର୍ବାଚନମଣ୍ଡଳୀରୁ କେହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି।  ତେବେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ମିଳିଛି।

   Related Posts