କରୋନାକୁ ଲାଗୁନି ବ୍ରେକ୍, ଦେଶରେ ଏବେ ୧୩୭ ସଂକ୍ରମିତ, ମହାରାଷ୍ଟ୍ର ଓ କେରଳରେ ସ୍ଥିତି ସଙ୍ଗୀନ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩: ମାରାତ୍ମକ କରୋନା ଭାଇରସ ଦ୍ୱାରା ମଙ୍ଗଳବାର ସୁଦ୍ଧା ଭାରତରେ ୧୩୭ଜଣ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୨୨ଜଣ ବିଦେଶୀ ନାଗରିକ ରହିଛନ୍ତି ଓ ଦିଲ୍ଲୀ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଜମେ ଲେଖାଏଁ ସଂକ୍ରମିତ ଜୀବନ ହାରିଥିବା ସେ ସୂଚନା ଦେଇଛନ୍ତି।  

ସରକାର ତଥ୍ୟାନୁସାରେ, ୧୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଦେଶରେ ଆସିଥିବା ୧୨୬ଟି ପଜିଟିଭ ମାମଲା ମଧ୍ୟରୁ ମହାରାଷ୍ଟ୍ରରେ ୩୯, କେରଳରେ ୨୪, ହରିୟାଣାରେ ୧୫, ଉତ୍ତର ପ୍ରଦେଶରେ ୧୩, କର୍ଣ୍ଣାଟକରେ ୧୧, ଦିଲ୍ଲୀରେ ୮, ଲଦାଖରେ ୬, ରାଜସ୍ଥାନରେ ୪, ତେଲେଙ୍ଗାନାରେ ୫, ଜମ୍ମୁ-କାଶ୍ମୀରରେ ୩, ତାମିଲନାଡୁ, ଓଡିଶା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଉତରାଖଣ୍ଡର ଗୋଟିଏ ଲେଖାଏଁ ମାମଲା ରହିଛି।

{"id":239897,"width":749,"height":539,"sizeSlug":"large"}

ମଙ୍ଗଳବାର ମହାରାଷ୍ଟ୍ରର ଜଣେ ୭୬ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିଲା। ସେ ସାଉଦି ଆରବରୁ ଭାରତ ଆସିଥିଲେ। ଏହା ପୂର୍ବରୁ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଦିଲ୍ଲୀର ରାମ ମନୋହର ଲୋହିଆ ମେଡିକାଲରେ ପ୍ରାଣ ହରାଇଥିଲେ।

ସଚେତନ ଓ ସତର୍କ ରହିବା ଏହାର ନିରାକରଣର ସବୁଠାରୁ ସହଜ ଉପାୟ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଆବଶ୍ୟକ ନହେଲେ ବାହାରକୁ ନଯିବା, ଜନଗହଳି ଠାରୁ ଦୂରରେ ରହିବା, ହାତ ନ ମିଳାଇବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି।   ତେବେ ୧୩୭ଜଣ ସଂକ୍ରମିତ ୫୨ହଜାର ଲୋକଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରାଳୟ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.