Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ୧୩୬ ସିଟ୍ ମିଳିଥିଲା, ଏବେ ମଧ୍ୟପ୍ରଦେଶରେ କଂଗ୍ରେସକୁ ମିଳିବ ୧୫୦ ସିଟ୍: ରାହୁଲ ଗାନ୍ଧୀ

29/05/2023 at 5:35 PM

ଅହମ୍ମଦାବାଦ: କର୍ଣ୍ଣାଟକ ବିଜୟ ପରେ କଂଗ୍ରେସ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହା ମଧ୍ୟରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର କହିଛନ୍ତି ଯେ, ତାଙ୍କ ପାର୍ଟି କର୍ଣ୍ଣାଟକର ପ୍ରଦର୍ଶନକୁ ମଧ୍ୟପ୍ରଦେଶ ନିର୍ବାଚନରେ ଦୋହରାଇବ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ଆଜି ବୈଠକ କରିଛନ୍ତି।

ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପାର୍ଟିର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଯୋଗ ଦେଇଛନ୍ତି। ବୈଠକ ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା  ବେଳେ କହିଛନ୍ତି, ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆମର ଆଭ୍ୟନ୍ତରୀଣ ଆକଳନ ଏହା ଯେ ଆମେ ମଧ୍ୟ ପ୍ରଦେଶରେ ୧୫୦ ସିଟ୍‌ରେ ଜିତିବୁ। କର୍ଣ୍ଣାଟକରେ ୧୩୬ ସିଟ୍ ମିଳିଥିଲା। ଆମେ କର୍ଣ୍ଣାଟକର ସଫଳତାକୁ ମଧ୍ୟପ୍ରଦେଶରେ ଦୋହରାଇବୁ।

BJP leader opposes Rahul Gandhi's plea seeking NOC to secure fresh passport  - India Today

କଣ ମଧ୍ୟ ପ୍ରଦେଶରେ କଂଗ୍ରେସ ପକ୍ଷରୁ କମଲନାଥ ମୁଖ୍ୟମନ୍ତ୍ରୀ ଚେହେରା ହେବେ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ରାଜ୍ୟରେ ଆମକୁ ୧୫୦ ସିଟ୍ ମିଳିବ। ବୈଠକରେ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ପାର୍ଟିର ରାଜ୍ୟ ପ୍ରଭାରୀ ଜୟପ୍ରକାଶ ଅଗ୍ରଓ୍ଵାଲ ଏବଂ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହି ସମୟରେ ସଂଗଠନ ଏବଂ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି। ଉଲ୍ଲେଖନୀୟ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ  ଯାଉଛି।

ଏ ଖବର ପଢନ୍ତୁ- ପଶ୍ଚିମବଙ୍ଗରେ ଗୋଟିଏ ମାତ୍ର କଂଗ୍ରେସ ବିଧାୟକ ଥିଲେ, ସେ ବି ଟିଏମ୍‌ସିର ମିଶିଗଲେ, କଂଗ୍ରେସ ଶୂନ୍ୟ ହେଲା ବେଙ୍ଗଲ୍

   Related Posts