WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ ବର୍ଷରେ ସାପ କାମୁଡ଼ା​‌ରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ

28/09/2023 at 4:46 PM

Odisha Assembly

ଭୁବନେଶ୍ବର: ରାଜ୍ୟରେ ବଢ଼ିଛି ଆକସ୍ମିକ ମୃତ୍ୟୁ । ୨ ବର୍ଷରେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ୧୩୩୬ ଜଣ ଲୋକ। ସେହିପରି ବଜ୍ରପାତରେ ୪୨୪ଙ୍କ ମୃତ୍ୟୁ ହୋଇଛି। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କୁମ୍ଭୀର ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୨୫୯ ଜୀବନ ଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ପଞ୍ଚମ ଦିନରେ ଗୃହରେ ପୁଣି ହଙ୍ଗାମା ଦେଖିବାକୁ ମିଳିଛି । ବାରମ୍ବାର ହଙ୍ଗାମା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପ୍ରଶ୍ନକାଳ ସ୍ବଭାବିକ ହେବା ପରେ ଶୂନ୍ୟକାଳରେ ସରିବାପରେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି। ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ହିସାବ ମାଗିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଗ୍ରୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେପଟେ ଶାସକ ଦଳ ବିଧାୟକ ଅରୁଣ ସାହୁ ଦୁଇ ବିରୋଧୀ ଦଳ ନେତାଙ୍କୁ କଡା ଜବାବ ଦେଇଥିଲେ ।

You Can Also Read: ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି

   Related Posts