ଏକସଙ୍ଗେ ବାହା ହେଲେ ବାପା ପୁଅ : ଲିଭଇନ ରିଲେସନରେ ରହୁଥିବା ୧୩୨ ଦମ୍ପତ୍ତି କଲେ ବିବାହ

Published By : Prameya-News7 Bureau | January 15, 2019 IST

ରାଞ୍ଚି ୧୫/୧ : ଲିଭଇନରେ ରହୁଥିବା ପୁରୁଷ ଏବଂ ମହିଳାଙ୍କୁ ସମାଜରେ ଖରାପ ନଜରରେ ଦେଖିଥାନ୍ତି ଲୋକେ | କିଛି ଲୋକ କିଛି ଅସୁବିଧାରେ ପଡି ବିବାହ କରିପାରନ୍ତିନାହିଁ ତ ଆଉ କିଛି ଲୋକେ ଏମିତି ହିଁ ଖୁସିରେ ଖୁସିରେ ବିବାହ କରିବାକୁ ଚାହାନ୍ତି ନାହିଁ |

କିନ୍ତୁ ଯେଉଁମାନେ ବି ଲିଭଇନରେ ରୁହନ୍ତି ସେମାନେ ପରସ୍ପରର ସହମତିରେ ହିଁ ରହିଥାନ୍ତି | କିଛି ଲୋକ ଧର୍ମ, ପରମ୍ପରା, ଜାତିପ୍ରଥା ପାଇଁ ବିବାହ କରିପାରନ୍ତି ନାହିଁ | ବିବାହ କରିନପାରି ଲିଭଇନରେ ରହୁଥିବା ଏଭଳି କିଛି ଦମ୍ପତ୍ତିଙ୍କର ପିଲା ଛୁଆ ମଧ୍ୟ ହୁଅନ୍ତି | ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ବିବାହ କରିପାରୁନଥିବା ଦମ୍ପତ୍ତିମାନଙ୍କୁ ଏକ ସାମାଜିକ ସଂଗଠନ ପକ୍ଷରୁ ସମାଜିକ ସ୍ବୀକୃତି ପାଇଁ ପ୍ରୟାସ ହୋଇଛି । ସଂଗଠନ ରାଞ୍ଚିରେ ଲିଭଇନରେ ରହୁଥିବା ଏମିତି ୧୩୨ ଦମ୍ପତ୍ତିଙ୍କର ବିବାହ କରାଇଛି | ଏହି ଅବସରରେ ଜଣେ ବାପାଙ୍କ ସହ ତାଙ୍କ ପୁଅ ମଧ୍ୟ ବିବାହ କରିଛି |

{"id":74156,"width":585,"height":438}

ରାଞ୍ଚି ସ୍ଥିତ ଆଇଏସ କ୍ଲବରେ ଲିଭଇନରେ ରହିଥିବା ଦମ୍ପତ୍ତିଙ୍କର ବିବାହ କରାଯାଇଛି | ଏହି ଅବସରରେ ରାଞ୍ଚି ଏବଂ ଗୁମଲାର ଅଧିକାଂଶ ଦମ୍ପତ୍ତି ସାମିଲ ଥିଲେ | ନିମିତ୍ତ ନାମକ ଏକ ସଂସ୍ଥା ଏହି ବିବାହର ଆୟୋଜନ କରିଥିଲା | ସମାରୋହରେ ୧୩୨ ଦମ୍ପତ୍ତିଙ୍କ ବିବାହ କରାଯାଇଥିଲା | ଏଥିରେ ଖ୍ରୀଷ୍ଟିୟାନ, ହିନ୍ଦୁ, ସାରନା ସମାଜର ଦମ୍ପତ୍ତି ସାମିଲ ଥିଲେ | ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ଅଧ୍ୟକ୍ଷ ଦୀନେଶ ଊନରାଓ ଯୋଗଦେଇଥିଲେ |

ସୂଚନାଯୋଗ୍ୟ ଯେ, ଆଦିବାସୀ ପରମ୍ପରା ଅନୁସାରେ ମହିଳା ଏବଂ ପୁରୁଷ ବିବାହ ନକରି ମଧ୍ୟ ଏକସଙ୍ଗେ ରହିପାରନ୍ତି | ଏମିତି ସମ୍ପର୍କରେ ଯେଉଁମାନେ ରୁହନ୍ତି ସେ ମହିଳାମାନଙ୍କୁ ଢୁକନି ବୋଲି କୁହାଯାଏ | ଏଇଟା ଆଦିବାସୀମାନଙ୍କର ଏକ ପ୍ରଥା | ତେବେ ଏମିତି ମହିଳା ପୁରୁଷ ମିଶି ରହିବା ପଛରେ ସବୁଠାରୁ ବଡ କାରଣ ହେଲା ଦାରିଦ୍ର୍ୟ | ସରନା ସମାଜରେ ବିବାହ ହେଲେ କୌଣସି ପ୍ରକାରେ ଗାଁଲୋକଙ୍କୁ ଭୋଜି ଦେବାକୁ ହୋଇଥାଏ | ଏହା ତାଙ୍କର ଏକ ପରମ୍ପରା | ତେବେ ଯେଉଁମାନେ ଭୋଜି ଦେବା ପାଇଁ ସକ୍ଷମ ନଥାନ୍ତି ସେମାନେ ଲିଭଇନରେ ରୁହନ୍ତି |

{"id":74157,"width":586,"height":440}

ସାମୁହିକ ବିବାହର ଏହି ଉତ୍ସବରେ ଯେଉଁ ଦମ୍ପତ୍ତିମାନେ ବିବାହ କଲେ ତାଙ୍କ ଗାଁଲୋକେ ମଧ୍ୟ ସମାରୋହରେ ସାକ୍ଷୀ ଭାବେ ଉପସ୍ଥିତ ଥିଲେ | ଖ୍ରୀଷ୍ଟିୟାନମାନଙ୍କ ବିବାହ ପାଦ୍ରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା | ହିନ୍ଦୁମାନଙ୍କ ବିବାହ ସନାତନ ଧର୍ମ ଅନୁସାରେ ହୋଇଥିଲା | ଏହାଛଡା ଆଦିବାସୀ ସରନା ସମାଜର ବିବାହ ଆଦିବାସୀ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.