oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

୧୩ବର୍ଷର ଝିଅ ପ୍ରତି ଅସଦାଚରଣ କରୁଥିଲା ୫ ଛୁଆର ବାପା , ବିରୋଧ କରିବାରୁ ଧର୍ମ ପରିବର୍ତ୍ତନ ପରେ କଲା ନିକାହ

30/05/2021 at 7:53 PM

ଗୁରୁଦାସପୁର ୩୦।୫: ପାକିସ୍ତାନର ଗୁଜରାନୱାଲା ସହରରେ ୧୩ ବର୍ଷର ଖ୍ରୀଷ୍ଟିଆନ ଝିଅକୁ ୫ ସନ୍ତାନଙ୍କ ପିତା ଅପହରଣ ପୂର୍ବକ ଧର୍ମ ପରିବର୍ତ୍ତନ କରାଇ ବିବାହ କରିଥିବା ଜଣାପଡିଛି । ସଂପୃକ୍ତ ନାବାଳିକାଙ୍କୁ ଫେରାଇ ଦେବାକୁ ବାପା-ମା’ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂତ୍ର ଅନୁସାରେ ଗୁଜରାନୱାଲା ନିବାସୀ ରକାବ ପେଙ୍ଗଓ୍ବର ୪ ଝିଅ ଏବଂ ଗୋଟିଏ ପୁଅର ଜନକ । କିଛି ଦିନ ପୂର୍ବରୁ ସେ ନାବାଳିକାଙ୍କ ଘରକୁ ଆସିଥିଲା । ନାବାଳିକାଙ୍କ ବାପା-ମା’ଙ୍କୁ କହିଥିଲେ ଯେ ତାଙ୍କ ପିଲାମାନଙ୍କର ଦେଖାଶୁଣା କରିବାକୁ ସେ ତାଙ୍କ ଝିଅକୁ ନେବା ପାଇଁ ଚାହୁଁଛନ୍ତି । ତାଙ୍କ ସେ ଚାକିରି ଦେଇ ତାଙ୍କ ଝିଅଙ୍କ ସହ ରଖିବେ । ଏହା ପରେ ନାବାଳିକା ଜଣଙ୍କ ସକାଳ ୯ରୁ ୫ଟା ପର୍ଯ୍ୟନ୍ତ ରକାବଙ୍କ ଘରକୁ ଯିବାକୁ ଆରମ୍ଭ କରିଥିଲେ । କିନ୍ତୁ ବୁଧବାର ଦିନ ସେ ରକାବଙ୍କ ଘରକୁ ଯିବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ରକାବ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛନ୍ତି ।

ଯେତେବେଳେ ନାବାଳିକା ଜଣଙ୍କ ରକାବଙ୍କ ଘରକୁ ଯାଇନଥିଲା ଶୁକ୍ରବାର ବିଳମ୍ବିତ ରାତିରେ ରକାବ କିଛି ଲୋକଙ୍କ ସହ ତାଙ୍କ ଘରକୁ ଆସି ତାଙ୍କୁ ଜୋର ଜବରଦସ୍ତି ନେଇ ଯାଇଥିଲେ । ନାବାଳିକାଙ୍କ ବାପା-ମା’ କିଛି ଲୋକଙ୍କ ସହ ଯାଇ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ରବିବାର ସକାଳେ ପୋଲିସ ନାବାଳିକାଙ୍କ ବାପା-ମା’ଙ୍କୁ କହିଛି ଯେ, ସେ ଧର୍ମ ପରିବର୍ତ୍ତନ କରି ସେହିଦିନ ରାତିରେ ରକାବ ସହିତ ବିବାହ କରିଛନ୍ତି । ତେଣୁ ସେମାନେ ଆଉ କିଛି କରିପାରିବେ ନାହିଁ । ନାବାଳିକାଙ୍କ ବାପା-ମା’ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନଙ୍କ ଝିଅକୁ ସେମାନଙ୍କ ନିକଟକୁ ଫେରାଇ ଦିଅନ୍ତୁ ।

   Related Posts