ନାବାଳକକୁ ଅପହରଣ ପରେ ଜିଅନ୍ତା ମାଟିରେ ପୋତିଦେବାକୁ ଉଦ୍ୟମ, ଜଣେ ଅଟକ

Published By : Prameya-News7 Bureau | January 12, 2019 IST

କୁଜଙ୍ଗ ୧୨|୧: କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ୧୩ବର୍ଷର ବାଳକକୁ ଅପହରଣ ପରେ ଜିଅନ୍ତା ମାଟିରେ ପୋତିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣା ରେ କୁଜଙ୍ଗ ଥାନାରେ ଜଣଙ୍କୁ ଅଟକ ରଖାଯାଇଛି ।

ସୁଚନା ଅନୁସାରେ ଗାଁର କିଶୋର ଦାସଙ୍କ ୧୩ ବର୍ଷର ପୁଅ କ୍ରାନ୍ତିବୀର ଦାସ ପ୍ରତିଦିନ ପାଖ ତେନ୍ତୁଲିଆ ଖମାର ଉଚ୍ଚ ବିଦ୍ୟାଳୟକୁ ପାଠ ପଢି ବାକୁ ଯାଏ । ଜୟଶଙ୍ଖ ପୁର ଗାଁର ଚନ୍ଦୁ ମଧ୍ୟ କ୍ରାନ୍ତିବୀର ସହିତ ମିଶି ଟିଉସନ୍ ହେବାକୁ ଯାଆନ୍ତି। ତେବେ କିଛି ଦିନହେବ ଚନ୍ଦୁ ତାର ଆଉକିଛି ସହଯୋଗୀ ସହ କ୍ରାନ୍ତିବୀରକୁ ଟଙ୍କା ଆଣିଦେବାପାଇଁ ଧମକ ଦିଅନ୍ତି । କ୍ରାନ୍ତିବୀର ମଧ୍ୟ ଘରେ କାହାକୁ ନ କହି ଘରୁ କିଛି ଟଙ୍କା ଲୁଚାଇନେଇ ତାଙ୍କୁ ଦିଏ। ତେବେ ବାରମ୍ବାର ଟଙ୍କା ମାଗିବାର ଧମକ ଦେବାରୁ ଶେଷରେ କ୍ରାନ୍ତିବୀର ମନା କରିଥିଲା । ଯାହାଫଳରେ ଗତ ବୁଧବାର ଦିନ କ୍ରାନ୍ତିବୀର ସ୍କୁଲକୁ ଯିବା ବେଳେ ରାସ୍ତା ମଝିରୁ ଚନ୍ଦୁ ସହିତ ଆଉ ଦୁଇଜଣ ଯୁବକ କ୍ରାନ୍ତିବୀରକୁ ଯୋରଜବରଦସ୍ତ ଏକ ମୋଟରସାଇକେଲରେ ଉଠାଇ ନେଇଥିଲେ । ପୂର୍ବ ଯୋଜନା ଅନୁସାରେ ନଦୀ କୂଳରେ ମାଟି ଖୋଳି ଜିଅନ୍ତା ପୋତିବାକୁ ଯୋଜନା କରିଥିଲେ । ତେବେ କ୍ରାନ୍ତିବୀର କାକୁତି ମିନତି ପରେ ସେମାନେ ତାକୁ ଛାଡ଼ି ଦେଇଥିଲେ। ତେବେ ପିଲାଟି କାନ୍ଦି କାନ୍ଦି ଘଟଣା ବିଷୟରେ ପରିବାର ଆଗରେ ସବୁ କହିବା ପରେ ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ପରିବାର ପକ୍ଷରୁ ଏତଲା ଦେବା ପରେ ପୋଲିସ ଚନ୍ଦୁକୁ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.