WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମୁଦ୍ର ବୁଡିଯାଇଥିଲା ୧୩ ବର୍ଷର ବାଳକ, ୩୬ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର

3/10/2023 at 10:48 PM

ସୁରଟ,୩/୧୦: ଅଥଳ ସମୁଦ୍ରରେ ଘଟିଲା ଚମତ୍କାର, ସମୁଦ୍ରରେ ବୁଡିଯାଇ ନିଖୋଜ ହେବାର ୩୬ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୧୩ ବର୍ଷର ବାଳକ। ଗତ ଶୁକ୍ରବାର ଦିନ, ସୁରଟରେ ରହୁଥିବା ଲଖନ ଦେବୀପୁଜକ ନାମକ ଜଣେ ୧୩ ବର୍ଷର ବାଳକ, ପରିବାର ଲୋକଙ୍କ ସହ ଦେବୀ ଦର୍ଶନ କରିବାକୁ ଯାଇଥିଲେ। ଏହା ପରେ ସୁରଟର ଡୁମାସ୍ ସମୁଦ୍ର କୂଳରେ ଗଣେଶ ବୁଡ଼ ପକାଇବାକୁ ଯାଇଥିଲେ। ଏହି ସମୟରେ ସେ ଭାଇ ସହ  ସମୁଦ୍ରରେ ପହଁରିବାକୁ ଲାଗିଥିଲେ। ଏହି ସମୟରେ ଲଖନ ଓ  ତାର ଭାଇ ସମୁଦ୍ରରେ ବୁଡିଯାଇଥିଲେ।

ସୌଭାଗ୍ୟବଶତଃ ଲଖନର ଭାଇକୁ ଲୋକମାନେ ସୁରକ୍ଷିତ ସହ ଉଦ୍ଧାର କରିଥିଲେ। କିନ୍ତୁ ଲଖନ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ବି ଲଖନଙ୍କ ପତ୍ତା ମିଳିନଥିଲା। ଏହାପରେ ପୋଲିସ୍‌କୁ ଖବର ଦିଆଯାଇଥିଲା। ଲଖନ ନିଖୋଜ ହେବା ଘରେ ଓ ତାଙ୍କ ପରିବାରରେ କାନ୍ଦ ବୋବାଳି ପଡିଥିଲା। ଏହାରି ଭିତରେ ଚମତ୍କାର ଘଟିଲା। ଲଖନ ଜୀବିତ ଥିବା ପୋଲିସକୁ ସୂଚନା ମିଳିଥିଲା। ଜଣେ ମତ୍ସ୍ୟଜୀବୀ ଲଖନର ଜୀବନ ବଞ୍ଚାଇଥିଲେ।

ସୂଚନାରୁ ଜଣାପଡ଼ିଛି ପାଖାପାଖି ୮ ମତ୍ସ୍ୟଜୀବୀ ନବଦୁର୍ଗା ନାମକ ଡଙ୍ଗାରେ ସମୁଦ୍ରରୁ ମାଛ ଧରୁଥିଲେ। ଗୋଟିଏ ପିଲା ସମୁଦ୍ର ମଝିରେ କାଠକୁ ହାତରେ ଧରି ସାହାଯ୍ୟ ପାଇଁ ଡାକୁଥିବାର ଦେଖିବାକୁ ପାଇଥିଲୁ। ମତ୍ସ୍ୟଜୀବୀମାନେ ତା ନିକଟକୁ ଡଙ୍ଗା ନେଇ ଉଦ୍ଧାର କରିଥିଲେ।

ଜାଣି ଆଶ୍ଚର୍ଯ୍ୟ ହେବେ ଲଖନ ବୁଡ଼ିଯାଉଥିବା ବେଳେ ଏକ କାଠର ପଟାକୁ ଧରି ପକେଇଥିଲା। ଯାହାଫଳରେ ସେ ଭାସିବାକୁ ଲାଗିଥିଲା। ସେହି ପଟା ଗଣେଶ ପ୍ରତିମାଙ୍କ ଅବଶେଷ ଥିଲା। ୧୩ ବର୍ଷର ବାଳକକୁ ଗଣେଶ କାଠ ମୃତ୍ୟୁ ମୁଖରୁ ବଞ୍ଚାଇବା ସହ ଏକ ନୂଆ ଜୀବନ ପ୍ରଦାନ କରିଛନ୍ତି। ଲଖନକୁ ପାଇଁ ତାର ବାପା ମା ଓ ପରିବାର ବର୍ଗ ଖୁସିରେ କାନ୍ଦି ପକାଇଛନ୍ତି।

   Related Posts